Latest Odisha News

ଦୁବାଇ ନେବାକୁ ମନା କରିବାରୁ ସ୍ବାମୀ ମୁହଁକୁ ସ୍ତ୍ରୀ ମାରିଲା ମୁଥ.. ଚାଲିଗଲା ଜୀବନ

ମୁମ୍ବାଇ: ପୁନେରେ ରହୁଥିବା ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ଜନ୍ମଦିନ ପାଳନ ପାଇଁ ଦୁବାଇ ନେବାକୁ ମନା କରିବାରୁ ତାଙ୍କ ପତ୍ନୀ ତାଙ୍କ ମୁହଁରେ ମୁଥ ମାରିଥିଲେ।

ନିଖିଲ ଖାନ୍ନା ନାମକ ଏହି ବ୍ୟକ୍ତି ଜଣକ କନଷ୍ଟ୍ରକସନ ବ୍ୟବସାୟ କରୁଥିଲେ। ଦୀର୍ଘ ୬ ବର୍ଷ ହେବ ସେ ପତ୍ନୀ ରେଣୁକାଙ୍କୁ ବିବାହ କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୁଣେର ବାନାବାଡି ଅଞ୍ଚଳରେ ଥିବା ଏକ ସମ୍ଭ୍ରାନ୍ତ ସୋସାଇଟିରେ ଥିବା ଦମ୍ପତିଙ୍କ ଆପାର୍ଟମେଣ୍ଟରେ ଏହି ଅଘଟଣ ଘଟିଛି।

ଜନ୍ମଦିନ ପାଇଁ ନିଖିଳ ଦୁବାଇ ନ ନେବା ଏବଂ ବିବାହ ବାର୍ଷିକୀ ସମେତ ଅନ୍ୟାନ୍ୟ ଅବସରରେ ଦାମୀ ଉପହାର ନ ଦେବା ଯୋଗୁଁ ରେଣୁକାଙ୍କ ମନରେ ଅସନ୍ତୋଷ ଥିଲା। ଏପରିକି କିଛି ସମ୍ପର୍କୀୟଙ୍କ ଜନ୍ମଦିନ ପାଳନ ପାଇଁ ଦିଲ୍ଲୀ ଯିବାକୁ ରାଜି ନ ହେବାରୁ ସେ ତାଙ୍କ ଉପରେ ବିରକ୍ତ ହୋଇଯାଇଥିଲେ।

ଶୁକ୍ରବାର ମଧ୍ୟାହ୍ନରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ରେଣୁକା ନିଖିଲଙ୍କ ମୁହଁରେ ମୁଥ ମାରିଥିଲେ। ଏଥିରେ ନିଖିଲ ଆଘାତ ହୋଇଥିଲେ। ପରେ ହସ୍ପିଟାଲ ସ୍ଥାନାନ୍ତର ହୋଇଥିଲେ। ନିଖିଲଙ୍କ ନାକ ଓ କିଛି ଦାନ୍ତ ଭାଙ୍ଗି ଯାଇଥିଲା, ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ଗୁରୁତର ନିଖିଲଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ମାମଲାରେ ପଚରାଉଚରା ପାଇଁ ରେଣୁକାଙ୍କୁ ଅଟକ ରଖାଯାଇଛି।

Comments are closed.