Latest Odisha News

ବିଜେପି ଦେଲା ଧମକ: ଆଦିବାସୀ ଜମି ହସ୍ତାନ୍ତର ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେଲେ ଡିସେମ୍ବର ୧ରୁ ଜନ ଅନ୍ଦୋଳନ

ଭୁବନେଶ୍ୱର:ଆଦିବାସୀଙ୍କ ଜମି ଲୁଟିବାକୁ ଚକ୍ରାନ୍ତ କରୁଛନ୍ତି । ସାଧାରଲ ଲୋକ ଓ ଶିଳ୍ପପତି କିପରି ଆଦିବାସୀଙ୍କ ଜମିକୁ ହଡପ କରିବେ ସେଥିପାଇଁ ସୁୁୁଚିନ୍ତିତ ଯୋଜନା କରୁଥିଲେ ସରକାର । ହେଲେ ବିରୋଧି ତାହା କରିବାକୁ ଦେବେନି । ଏ ନିଷ୍ପତ୍ତି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଯଦି ନ କରିବ ତେବେ ବିଜେପି ଏହାର ଜବାବ ଦେବ । ସାରା ରାଜ୍ୟରେ ଡିସେମ୍ବର ୧ରୁ ଆରମ୍ଭ କରିବ ଜନ ଆନ୍ଦେଳନ । ଏମିତି କହି ବିଜେଡି ସରକାରକୁ ଚେତାବନୀ ଦେଇଛି ବିଜେପି ।

ବିରୋଧୀ ଦଳ ମୁ୍ଖ୍ୟ ସଚେତକ ମୋହନ ମାଛି କହିଛନ୍ତି,  ରାଜ୍ୟ ଜନସଂଖାର ୨୪ ଭାଗ ହେଉଛନ୍ତି ଅନୁସୁଚିତ ଜନଜାତି ବର୍ଗର । ନବୀନ ସରକାର   ଆଦିବାସୀଙ୍କୁ ସର୍ବହରା କରିବା ପାଇଁ ସୁଚିନ୍ତିତ ଯୋଜନା କରୁଛନ୍ତି ।  ଆଦିବାସୀଙ୍କ ଜମିକୁ ସାଧାରଣବର୍ଗ ତଥା ଶିଳ୍ପପତିମାନେ କିଣିବା ପାଇଁ ପ୍ରଚଳିତ ଆଇନକୁ ଖାତିର ନକରି ଅତ୍ୟନ୍ତ ତରବରିଆ ଭାବେ  କ୍ୟାବିନେଟରେ  ନିଷ୍ପତି ନେଉଛନ୍ତି । ଏହା  ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପ୍ରଥମ ଦିନରୁ ନିଷ୍ପତି ପ୍ରତ୍ୟାହାର କରିବା ପାଇଁ ଗୃହରେ ଦୃଢ ଦାବି କରିଥିଲା ।

ମାଝି କହିଛନ୍ତି,  ଏହି ଘଟଣାରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଫେରାଦ ହେବା ସହିତ ବିଧାନସଭାରେ ମୁଲତବୀ ପ୍ରସ୍ତାବ ମଧ୍ୟ ଆଗତ କରିଥିଲା ବିଜେପି । ସରକାରଙ୍କୁ ପୁନଃନିଷ୍ପତି ପାଇଁ ବାଧ୍ୟ କରାଇଲା । ହେଲେ  ବିଧାନସଭାରୁ ଛତ୍ରଭଙ୍ଗ ଦେଇ ପାଳୟନପନ୍ଥୀର କାମ କଲେ ରାଜ୍ୟ ସରକାର । ଯାହା ବି କରନ୍ତୁ, ଏପରି ଆଦିବାସୀ ବିରୋଧୀ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେଡି ଦାବି କରିଛି ବୋଲି ସେ କହିଛନ୍ତି । ଯଦି ଏହା ନ କରେ ତେବେ  ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ୧୨୧ଟି ଆଇଟିଡିଏ ବ୍ଲକ ଓ ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବ୍ୟାପକ ଜନ ଅନ୍ଦୋଳନ କରିବ ବିଜେପି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ଆଦିବାସୀମାନଙ୍କ ପ୍ରବଳ ରୋଷର ଶିକାର ହେଉଥିବା ଦେଖି ସରକାର ପୁଣି ପ୍ରତାରଣା କଲେ । ଚଂଚକତା କରି କ୍ୟାବିନେଟ ନିଷ୍ପତି ସଂପୂର୍ଣ୍ଣ ପ୍ରତ୍ୟାହାର ନକରି ଟିଏସି ମାଧ୍ୟମରେ ଜମି ହଡପ୍ ଲାଳସାକୁ ଉଜ୍ଜିବୀତ ରଖିଲେ, ଯାହାକି ସଂପୂର୍ଣ୍ଣ ଜନବିରୋଧୀ । ଏ ନିଷ୍ପତି ମୁଖ୍ୟମନ୍ତ୍ରୀ ନିଜେ ନେଇଛନ୍ତି ନା “ନୈାକରସାହୀ” (ଅମଲାତନ୍ତ୍ର) ଚଳାଉଛି, ଯେଉଁଥିରେ ସେ କେବଳ “ହଁ” ମାରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ବିଧାୟକ ଶଂକର ଓରାମ, ସୁକାନ୍ତ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନବଚରଣ ମାଝୀ, କୁସୁମ ଟେଟେ, କେ.ନାରାୟଣ ରାଓ, ସୂର୍ଯ୍ୟବଂଶୀ ସୁରଜ, ଡା.ବୁଦ୍ଧାନ ମୁର୍ମୁ ଓ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.