ଆଶୁତୋଷ ମିଶ୍ର
ଅତୀତର ବୋଝ ସବୁ ବୋହିଥିଲି,
ମୋ ରିକ୍ସାର ତିନୋଟି ଚକରେ
ଭାବିଥିଲି ବର୍ତ୍ତମାନ ଆଉ ଭବିଷ୍ୟବି ବୋହିନେବି ପେଡଲ ମାଡ଼ରେ
କେତେ ଗଳିକନ୍ଦି ଭିଡ଼ ରାସ୍ତାର ମଝିରେ
ମୋ ରିକ୍ସା ଗଡ଼ିଯିବ ଗୋଟେ ନିଶ୍ୱାସରେ
ଆଖିରୁ ବୋହିଗଲା ଭାବନାର ତରଳ ପଦାର୍ଥ
ରିକ୍ସାର କଣା ଫୁଟା ସ୍ପଞ୍ଜ ଗଦିଟି ଗିଳିଦେଲା,
ବୁନ୍ଦାଟିକୁ ଟକ କିନା ବଡ଼ ସଂଯତରେ
ସେ ଚାହେଁନାହିଁ ତା ମାଲିକ ର ଅସହାୟପଣ ଗଡୁ ଯାଇଁ ପିଚୁ ର ରାସ୍ତାରେ
ଯେଉଁ ରାସ୍ତା ମାଟିରୁ କଂକ୍ରିଟି ହେଇ ପିଚୁ ହେଇଗଲା ପରେ
ଏମାନଙ୍କ ସହ ସମ୍ପର୍କ ଛିଣ୍ଡାଇ ଯାକି ଧରିଛି ହେଁ ଲମ୍ବ ଲମ୍ବ ଗାଡି,
ନିଜର ପ୍ରଶସ୍ତ ଛାତିରେ
ଚଉଡା ଯାହାର ଦର୍ଘ୍ୟ ଆଉ ପ୍ରସ୍ତ
ଏକସଙ୍ଗେ ବୁହା ହେବେ ମେଞ୍ଚେ ମେଞ୍ଚେ ଲୋକ,
ଯାହାର ଦିହରେ
ରିକ୍ସା ପରି ଖାଲ ଦେଖି ବାଙ୍କ ମୋଡେ଼ ନାହିଁ,
ବରଂ ଡେଇଁଯାଏ ବୀରତା ଦର୍ପରେ
ସ୍ବପ୍ନ ସବୁ ଚୁରମାର କରି ତା ଘାଗଡା ଶବ୍ଦରେ
ମଟର ଗାଡିଟି ଗାଡ଼ିଯାଏ କେଡ଼େ ସହଜରେ
ଏ ରିକ୍ସାଵାଲା ଯିବୁ ?
କେତେ ନେବୁ…..
ଏତିକିରେ ରାଜି ହେବୁ…..
ବର୍ତ୍ତମାନ କି ଭବିଷ୍ୟରେ ତୋର କିଛି ମୂଲ୍ୟ ନାହିଁ
ଆଉ ଦୁଇଟଙ୍କା ଅଧିକା ଦେଉଛି,
ତୁ ଅତୀତକୁ ଫେରିଯିବୁ….
Comments are closed.