ଭୁବନେଶ୍ୱର: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ ହିଁ ଆରମ୍ଭ ହୋଇଥାଏ ।
ଚା ପିଇବା ସମୟରେ କଦାପି ଏହି ୫ଟି ଭୁଲ କରନ୍ତୁ ନାହିଁ । ନଚେତ୍ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ।
୧. ଖାଲି ପେଟ: ଖାଲି ପେଟରେ ଚା’ ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଯାହା କାରଣରୁ ଏସିଡିଟୀ ହୋଇଥାଏ । ବେଳେ ବେଳେ ଏସିଡିଟୀ ଏତେ ବଢି ଯାଏକି ଫ୍ରୀ ରେଡିକଲ୍ସ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗର ରୂପ ମଧ୍ୟ ନେଇଥାଏ । ସେଥିପାଇଁ ସକାଳୁ ଉଠି ପ୍ରଥମେ ପାଣି ପିଅନ୍ତୁ ତାହାର ଅଧ ଘଣ୍ଟା ପରେ ଚା’ ସେବନ କଲେ ଏହା ସ୍ୱାସ୍ଥ୍ୟ ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାଇବ ନାହିଁ ।
୨. ଖାଦ୍ୟ ଖାଇବା ପରେ ଚା’ ସେବନ- କେହି କେହି ବ୍ୟକ୍ତିମାନେ ଖାଇ ସାରିବାର ଠିକ ପରେ ଚା’ ପିଇଥାନ୍ତି, କିନ୍ତୁ ଏହା ଭୁଲ ଅଟେ । ଏପରି କରିବା ଦ୍ଵାରା ଖାଦ୍ୟରୁ ମିଳୁଥିବା ପୋଷାକ ତତ୍ଵ ଆପଣଙ୍କର ଶରୀରକୁ ମିଳେ ନାହିଁ କାରଣ ଚା ସେଗୁଡିକୁ ମାରି ଦେଇଥାଏ ।
୩. ଗରମ ଚା’- ଅନେକ ବ୍ୟକ୍ତି ଚା’କୁ ଗରମ ଗରମ ପିଇବାକୁ ପସନ୍ଦ କରିଥାନ୍ତି । ଚା’କୁ ବେଶୀ ଗରମ କରି ପିଇବା ଭୁଲ ଅଟେ । ଏହା ଆପଣଙ୍କର ଶରୀରରେ ଏସିଡିଟୀ ମାତ୍ରାକୁ ବଢାଇଥାଏ । ଯାହା ସ୍ୱାସ୍ଥ୍ୟପ୍ରଦ ନୁହେଁ ।
୪. ମାତ୍ରାଧିକ ସେବନ- ବେଶୀ ଚା ପିଇବା ଦ୍ୱାରା ଏହା ମାଂସପେଶିକୁ ସକ୍ରିୟ କରିଥାଏ କିନ୍ତୁ ଶରୀର ପାଇଁ ହାନିକାରକ ଅଟେ । ଏଥିପାଇଁ ଚା’ କମ ପିଇବା ଉଚିତ ।
Comments are closed.