Latest Odisha News

BREAKING NEWS

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ରେ ରିତୁରାଜଙ୍କ ବିସ୍ଫୋରକ ଶତକ

ଗୌହାଟୀ: ତୃତୀୟ ଟି୨୦ ମ୍ୟାଚରେ ରିତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୨୨୩ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତ ଆରମ୍ଭରୁ ଯଶସ୍ୱୀ ଜୈସୱାଲ(୬) ଓ ଈଶାନ କିଶାନ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଗାଏକ୍ୱାଡ ୫୭ ବଲର ସମ୍ମୁଖୀନ ହୋଇ ୧୩ ଚୌକା ଓ ୭ଛକା ବଳରେ ୧୨୩ ରନର ଇନିଂସ ଖେଳ ଭାରତକୁ ସୁବିଧାଜନକ ସ୍ଥିତିରେ ପଂହଚାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୯ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୩୧ ରନ କରି ଅପରାଜିତ ରହିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡ୍ସ, ଜାସନ ବେହେରନଡେର୍ଫ ଓ ଆରୋନ ହାର୍ଡି ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ୨ଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ ରହିଛି । ଶେଷ ୩ ଓଭରରେ ଟିମଇଣ୍ଡିଆ ୬୭ ରନ ସଂଗ୍ରହ କରିଥିଲା ।

Comments are closed.