Latest Odisha News

ୟୁକ୍ରେନର ଗୋଇନ୍ଦା ମୂଖ୍ୟ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

କୀଭ: ୟୁକ୍ରେନର ଗୋଇନ୍ଦା ବିଭାଗ ମୂଖ୍ୟଙ୍କ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଲେଫଟନାଂଟ ଜେନେରାଲ କିରିଲୋ ବୁଡାନୋବାଙ୍କ ପତ୍ନୀ ମାରିୟାନା ବୁଡାନୋୱାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ୟୁକ୍ରେନର ଗୋଇନ୍ଦା ବିଭାଗ ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ କୌଣସି ବୟାନ ଜାରୀ କରି ନାହିଁ । ରିପୋର୍ଟ ମୁତାବକ ଏହା ପୂର୍ବରୁ ଅନ୍ୟ ଗୋଇନ୍ଦା ଅଧିକାରୀଙ୍କୁ ମଧ୍ୟ ବିଷ ଦେଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ତେବେ ଏହି ଷଡଯନ୍ତ୍ର କିଏ ରଚୁଛି ସେ ନେଇ କୌଣସି ତଥ୍ୟ ମିଳିନି । ମାରିୟାନାଙ୍କୁ ଯେଉଁ ଖାଦ୍ୟରେ ବିଷ ଦିଆ ଯାଇଥିଲା ତାହା ପ୍ରାୟତଃ ସେ ବ୍ୟବହାର କରନ୍ତି ନାହିଁ ।

ଦେହ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ଭର୍ତି କରାଯାଇଥିଲା । ସେଠାରେ ପରୀକ୍ଷଣ ପରେ ବିଷ ଦିଆ ଯାଇଥିବା ସ୍ପଷ୍ଟ ହୋଇଥିଲା । ମାରିୟାନା ୧୯୩୩ରେ କୀଭରେ ଜନ୍ମ ଗ୍ରହଣ କରିଥିଲେ । ସେ ପୋଲିସ ଏକାଡେମୀର ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ । ଏହି ଘଟଣାରେ ରୁଷର ସମ୍ପୃକ୍ତି ନେଇ କୌଣସି ପ୍ରକାର ବୟାନ ଜାରୀ କରାଯାଇ ନାହିଁ ।

Comments are closed.