Latest Odisha News

ମଦ୍ୟପ ଓ ଅପରାଧୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ବିଜ୍ଞାପନ ଦେଲା କମ୍ପାନୀ

ହୋବାର୍ଟ: ଅଧିକାଂଶ ଲୋକ ଭଲ ଚାକିରି ଖଣ୍ଡେ ପାଇଁ ସ୍ୱପ୍ନ ଦେଖନ୍ତି । କେହି କେହି ଏଥିରେ ସଫଳ ହେଉଥିବା ବେଳେ ଆଉ କିଏ ନିରାଶ ବି ହୁଅନ୍ତି । କିନ୍ତୁ ମଦ୍ୟପ ବା ଅପରାଧୀଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼େ । ହେଲେ ଏବେ ଏଭଳି ଏକ ଚାକିରିର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ଏହି ବିଜ୍ଞାପନରେ ମଦ୍ୟପ ଓ ଅପରାଧୀଙ୍କୁ ଚାକିରିର ସୁଯୋଗ ରହିଥିବା ଜଣାଯାଇଛି ।

ଅଷ୍ଟ୍ରେଲିଆର ତସମାନିଆ ଦ୍ୱୀପର ଏକ ପବ୍‌ରେ ଏପରି ନିଯୁକ୍ତି ବିଜ୍ଞାପନ ବାହାରିଛି । ଯୋଗ୍ୟତାରେ ମଦ୍ୟପ ଓ ଅପରାଧୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ବିଜ୍ଞାପନରେ କୁହାଯାଇଛି, ଆଗକୁ ଖ୍ରୀଷ୍ଟମାସ ଥିବାଯୋଗୁ ପବ୍ ଶୀଘ୍ର କର୍ମଚାରୀ ଆବଶ୍ୟକ କରୁଛି । କର୍ମଚାରୀଙ୍କ ପୃଷ୍ଠଭୂମି ଯାହା ଥାଉ ନା କାହିଁକି ସେମାନେ କେବଳ ଜଣେ ଭଲ କର୍ମଚାରୀ ନିଯୁକ୍ତି କରିବାକୁ ଚାହୁଁଛନ୍ତି ।

ଏହି ପବ୍ ନିଜ ଫେସବୁକ ପେଜରେ ଚାକିରି ବିଜ୍ଞାପନ ଦେଇଛି । ରୋଷେଇ କରିବା ସହ ଗାର୍ଡ ଭାବରେ ଜଗିବା ପାଇଁ ଲୋକଟିଏ ଦରକାର ବୋଲି ନିଯୁକ୍ତିରେ କୁହାଯାଇଛି । କର୍ମଚାରୀ ଜଣେ ଅପରାଧୀ, ନିଶା ସେବକ କିମ୍ବା ମଦ୍ୟପ ହୋଇଥିଲେ ମଧ୍ୟ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ବିଜ୍ଞାପନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

Comments are closed.