କିପରି ହୋଇଥାଏ କିନ୍ନର ମାନଙ୍କ ଅନ୍ତିମ ସଂସ୍କାର, ସତରେ କ’ଣ ତାଙ୍କ ଶବକୁ ଚପଲରେ ପିଟାଯାଏ, ଜାଣନ୍ତୁ ଏହା ପଛରେ ପ୍ରକୃତ କାରଣ
ଭୁବନେଶ୍ଵର: ଆମ ଦେଶରେ କିନ୍ନର ସମ୍ପ୍ରଦାୟ ପାଇଁ ଭିନ୍ନ ଭିନ୍ନ ରୀତିନୀତି ପ୍ରଚଳିତ ଅଛି । କିନ୍ନରମାନେ ସାଧାରଣ ଲୋକଙ୍କଠାରୁ ଏକ ପୃଥକ ସମ୍ପ୍ରଦାୟ, ଯେଉଁଥି ପାଇଁ ସେମାନଙ୍କର ଭିନ୍ନ ଭିନ୍ନ ପ୍ରଥା ଅଛି । ଆମେ ସମସ୍ତେ ସେମାନଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଁ, କିନ୍ତୁ ସେମାନଙ୍କ ସମାଜର ଏପରି କିଛି ରହସ୍ୟ ଅଛି, ଯାହା ଜାଣିବା ଟିକେ କଷ୍ଟକର । କେବଳ ଏତିକି ନୁହେଁ, ସେମାନଙ୍କର ପ୍ରଥା ମଧ୍ୟ ଆମଠାରୁ ପୂରା ଭିନ୍ନ । ଯେକୌଣସି ଶୁଭ କାର୍ଯ୍ୟରେ ତାଙ୍କର ଉପସ୍ଥିତି ଜରୁରୀ ବୋଲି ବିବେଚନା କରାଯାଏ ଓ ତାଙ୍କର ଆଶୀର୍ବାଦ କାର୍ଯ୍ୟରେ ଶୁଭଫଳ ଆଣିଥାଏ । କେତେକ ବିଶ୍ୱାସ ଅନୁଯାୟୀ, ସେମାନେ ଇଶ୍ବରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି ।
କୁହାଯାଏ ଯେ କିନ୍ନରଙ୍କ ନିକଟରେ ଆଧ୍ୟାତ୍ମିକ ରହିତାଏ । ଯାହାଦ୍ଵାରା ସେମାନେ ସେମାନଙ୍କ ମୃତ୍ୟୁ ପୂର୍ବରୁ ଆଭାସ ପାଇଥାନ୍ତି । ମୃତ୍ୟୁର ଆଭାସ ପାଇ ସେମାନେ କୌଣସି ସ୍ଥାନକୁ ଯିବା ଆସିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଇ ଆର ଜନ୍ମରେ ଭଗବାନ ଯେପରି ସେମାନଙ୍କୁ କିନ୍ନର ନ କରନ୍ତୁ ସେଥିପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ଅନ୍ୟ କିନ୍ନର ମାନେ ମୃତ୍ୟୁ ଅପେକ୍ଷାରେ ଥିବା ସେହି କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି । କାରଣ ସେହି କିନ୍ନରଙ୍କ ଆଶୀର୍ବାଦ ଖୁବ ପ୍ରଭାବୀ ବୋଲି କୁହାଯାଏ । କିନ୍ତୁ କିନ୍ନର ସମ୍ପ୍ରଦାୟ ବ୍ୟତୀତ ଯେପରି ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାର ଖବର ନ ମିଳୁ ସେଥିପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ ହୁଏ ।
କିନ୍ନରମାନଙ୍କ ଦେହାନ୍ତ ପରେ ସେମାନଙ୍କର ଶେଷକୃତ୍ୟକୁ ଅତ୍ୟନ୍ତ ଗୋପନୀୟ ଡଙ୍ଗରେ କରାଯାଇଥାଏ। ସାଧାରଣତଃ ଭାରତରେ ରହୁଥିବା କିନ୍ନରମାନେ ହିନ୍ଦୁ ଧର୍ମକୁ ପାଳନ କରିଥାନ୍ତି। କିନ୍ତୁ, ସେମାନଙ୍କର ଦେହାନ୍ତ ପରେ ତାଙ୍କ ଶବକୁ ପୋଡ଼ିଦିଆଯାଏ ନାହିଁ ବରଂ ଏହାକୁ ଅତ୍ୟନ୍ତ ଗୋପନୀୟ ଭାବରେ ମାଟିରେ ପୋତି ଦିଆଯାଇଥାଏ। କିନ୍ନରମାନଙ୍କର ଶେଷକୃତ୍ୟ ପୂର୍ବରୁ ତାଙ୍କ ଦେହରେ ବନ୍ଧା ହୋଇଥିବା ସମସ୍ତ ଜିନିଷକୁ ଖୋଲି ଦିଆଯାଇଥାଏ। ଏହା କରିବା ଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳେ ବୋଲି ବିଶ୍ୱାସ କରାଯାଏ।
କିନ୍ନରଙ୍କ ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନିଆଯାଏ । କିନ୍ନରମାନଙ୍କର ଦେହାନ୍ତ ପରେ ତାଙ୍କ ଶବକୁ ଚପଲ କିମ୍ବା ଜୋତାରେ ପିଟା ଯାଇଥାଏ ଏହା କରିବା ଦ୍ୱାରା ତାଙ୍କ ଆତ୍ମାକୁ ସଦଗତି ମିଳେ ବୋଲି ବିଶ୍ୱାସ କରାଯାଏ । କିନ୍ନରମାନଙ୍କ ଶବଯାତ୍ରାକୁ ଦେଖିବାପାଇଁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥାଏ । ଏହି ଶବଯାତ୍ରାକୁ ଦେଖିଥିବା ଲୋକଟି ପରବର୍ତ୍ତୀ ଜନ୍ମରେ କିନ୍ନର ଭାବରେ ଜନ୍ମ ନିଏ ବୋଲି ବିଶ୍ୱାସ କରାଯାଏ ।
Comments are closed.