Latest Odisha News

BREAKING NEWS

ଭାଇରାଲ ହେଲା ମୋଦି-ମେଲୋନୀ ସେଲଫି: ବେଷ୍ଟ ଫ୍ରେଣ୍ଡ #ମେଲୋଡି

ନୂଆଦିଲ୍ଲୀ:ସଂଯୁକ୍ତ ଆରବ ଏମିରେଟ (ୟୁଏଇ)ରେ ଚାଲିଥିବା କୋପ-୨୮ (COP28)ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏହି ଅବସରରେ ସେ ବିଶ୍ୱର ବହୁ ବଡ ବଡ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଇଟାଲି ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ।  ମେଲୋନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ  ସହ ସାକ୍ଷାତର ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ରିପ୍ଲାୟ ଦେଇଛନ୍ତି ।

ପିଏମ ମିଲୋନୀ ମୋଦିଙ୍କ ସହ ସେଲଫି ନେଇଥିଲେ । ଏହାର ଫଟୋ ଏକ୍ସରେ ସେୟାର କରି ଲେଖିଛନ୍ତି, ‘କୋପ ୨୮ର ବେଷ୍ଟ ଫ୍ରେଣ୍ଡ ।’ ସେ ନିଜ ନାମ ଏବଂ ମୋଦିଙ୍କ ନାମ ମିଶାଇ #Melodi ବୋଲି ମଧ୍ୟ ସେଥିରେ ଉଲ୍ଲେଖ କରିଛନ୍ତି । ମିଲୋନୀଙ୍କ ଫଟୋ ଉପରେ ପ୍ରତିକ୍ରିୟା ରଖି ମୋଦି ଲେଖିଛନ୍ତି, ‘ବନ୍ଧୁଙ୍କ ସହ ସାକ୍ଷାତ ସବୁବେଳେ ଏକ ସୁଖଦ ଅନୁଭବ  ।’

ପ୍ରଥମେ ପ୍ରଧାନମନ୍ତ୍ରୀ ଏକ ଫଟୋ ସେୟାର କରିଥିଲେ । ଏଥିରେ ମୋଦି ଲେଖିଥିଲେ  କୋପ ୨୮ରେ ମିଲୋନୀଙ୍କ ସହ ସାକ୍ଷାତ ହୋଇଥିଲା । ଏହି ସମୟରେ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ-ଇଟାଲି ମଧ୍ୟରେ ସହଯୋଗାତ୍ମକ ଉଦ୍ୟମ ଉପରେ ଆଲୋଚନା ହୋଇଥିଲା ।

ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି କୋପ ୨୮ରେ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ ହର୍ଜେଗ, ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜାୟାଦ ଅଲ ନାହୟନ, ଜୋର୍ଡାନ ଶାସକ ଅବଦୁଲା ଦ୍ୱିତୀୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷ ସୁନକ ଏବଂ ଜାତିସଂଘର ମହାସଚିବ ଏନ୍ତୋନିୟୋ ଗୁତାରେସଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।

Comments are closed.