Latest Odisha News

BREAKING NEWS

ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର! ତିନି ବର୍ଷ ପରେ ଭାରତ କରିବାକୁ ଯାଉଛି ଏପରି କାମ

ନୂଆଦିଲ୍ଲୀ: ଦେଶରେ ବତବର୍ଷ ଏପ୍ରିଲ ମାସରୁ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ପରିବର୍ତ୍ତନ ଆସିନି । ମାତ୍ର ଖୁବଶୀଘ୍ର ଏହି ସ୍ଥିତି ବଦଳିବାକୁ ଯାଉଛି । କାରଣ ଭାରତ ତିନି ବର୍ଷ ପରେ ବେନେଜୁଏଲାଠାରୁ ତେଲ ଆମଦାନୀ କରିବାକୁ ଯାଉଛି । ଆମେରିକା ଏହି ଲାଟିନ ଆମେରିକୀୟ ଦେଶ ଉପରୁ ପ୍ରତିବନ୍ଧକ ଉଠାଇବା ପରେ ତେଲ ଆମଦାନୀ ସହଜ ହେବ । ଏଣିକି ଭାରତ ସେଠାରୁ ତେଲ ଆମଦାନୀ କରିବାର ରାସ୍ତା ପରିଷ୍କାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବେନେଜୁଏଲାରୁ ତିନୋଟି ଟ୍ୟାଙ୍କର ବୁକ କରିଛି । ଯାହାକି ଡିସେମ୍ୱର କିମ୍ୱା ଜାନୁଆରିରେ ଆସିପାରେ ।

୨୦୧୯ରେ ଆମେରିକା ବେନେଜୁଏଲା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହାପରେ ଭାରତ ଏଠାରୁ କଞ୍ଚାମାଲ ଆମାଦାନୀ ବନ୍ଦ କରିଥିଲା । ଏହା ପୂର୍ବରୁ ରିଲାଏନ୍ସ ଏବଂ ଅନ୍ୟ କମ୍ପାନୀ ସେଠାରୁ ତେଲ ଆମଦାନୀ କରୁଥିଲେ । ୨୦୨୯ରେ ବେନେଜୁଏଲା ଭାରତର ପଞ୍ଚମ ସର୍ବବୃହତ ତେଲ ଯୋଗାଣକାରୀ ଦେଶ ଥିଲା । ଭାରତ ୨୦୧୯ରେ ୧.୬କୋଟି ଟନ୍ ତେଲ ଆମଦାନୀ କରିଥିଲା।
ଭାରତ ମୋଟ ୮୫ପ୍ରତିଶତ ତେଲ ଅନ୍ୟ ଦେଶରୁ ଆମଦାନୀ କରେ । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ତେଲ ବ୍ୟାରେଲ ପିଛା ୧୩୯ଡଲାର ଥିଲା ।

Leave A Reply

Your email address will not be published.