Latest Odisha News

ଫିଲିପାଇନ୍ସରେ ଭୂକମ୍ପ ଝଟକା : ରିକ୍ଟର ସ୍କେଲରେ ତୀବ୍ରତା ୭.୫ ରେକର୍ଡ

ନୂଆଦିଲ୍ଲୀ : ଫିଲିପାଇନ୍ସର ମିଣ୍ଡାନାଓରେ ବଡଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆଶଙ୍କା କରାଯାଉଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏ ନେଇ ହାଇଆଲର୍ଟ ଜାରି କରାଯାଇଛି ।

ସମୁଦ୍ରକୂଳରେ ବସବାସ କରୁଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ରହିଛି ।ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । ଗତ ମାସରେ ଦକ୍ଷିଣ ଫିଲିପାଇନସରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରଶାନ୍ତ ମହାସାଗରର ରିଂ ଅଫ ଫାୟାର ମଧ୍ୟରେ ଫିଲିପାଇନସ ଆସୁଥିବାରୁ ଏଠାରେ ଭୂମିକମ୍ପ ବାରମ୍ବାର ଘଟିଥାଏ।

Comments are closed.