Latest Odisha News

୭୨ ବର୍ଷ ହେବ ଏହି ସିଟରେ ହାରି ନ ଥିଲା କଂଗ୍ରେସ

ସୀତାପୁର: ଛତିଶଗଡରେ କଂଗ୍ରେସକୁ ପଛରେ ପକାଇ ବିଜେପି କ୍ଷମତା ହାସଲର ନିକଟତର ହୋଇଛି । ଏହି ନିର୍ବାଚନମଣ୍ଡଳୀରେ ଅନେକ କୀର୍ତିମାନ ସ୍ଥାପନ ହୋଇଛି । ତେବେ ଛତିଶଗଡରେ କଂଗ୍ରେସର ଦୁର୍ଗ କୁହାଯାଉଥିବା ସୀତାପୁର ବିଧାନସଭାରେ ଆଶ୍ଚର୍ଯ୍ୟଜନକ ଫଳ ପ୍ରକାଶ ପାଇଛି । ୭୨ ବର୍ଷ ପରେ କଂଗ୍ରେସ ଏଠାରେ ପରାଜିତ ହେବ ସହ ଏହି ଦୁର୍ଗକୁ ବିଜେପି କବଜା କରିଛି । ୧୯୫୧ରୁ ୨୦୧୮ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା । ୨୦୨୩ରେ କଂଗ୍ରେସ ୩ଥର ବିଧାୟକ ଅମରଜିତ ଭଗତଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିଲା ।

ବିଜେପି ନୂଆ ଚେହେରା ଭାବେ ପୂର୍ବତନ ସୈନିକ ରାମକୁମାର ଟପ୍ପୋକୁ ଏହି ମୁକାବିଲାରେ ଅବତୀର୍ଣ୍ଣ କରାଇଥିଲା । ରାମକୁମାର ୧୭୧୬୦ ଭୋଟରେ ଅମରଜିତଙ୍କୁ ପରାଜିତ କରିଥିଲେ । ରାମକୁମାରଙ୍କୁ ୮୩ ହଜାର ୮୮ ଭୋଟ ମିଳିଥିବା ବେଳେ ଅମିଜିତ ୬୫ ହଜାର ୯୨୮ ଭୋଟ ପାଇଥିଲେ । ଏହି ସିଟରେ ୧୬ଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ୧୧ ଜଣ ପ୍ରାର୍ଥୀଙ୍କ ଜମାନତ ଜବତ ହୋଇଥିଲା ।

Comments are closed.