Latest Odisha News

ମୋଦିଙ୍କ ଉନ୍ନତ ନେତୃତ୍ୱ ଉପରେ ଜନତାଙ୍କ ବିଶ୍ୱାସର ବିଜୟ: ସ୍ମୃତି ଇରାନି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଗଡ଼ର ବିଧାନସଭା ନିର୍ବାଚନରେ ବାଜି ମାରି ନେଇଛି ଭାଜପା । ଏହି ୩ ରାଜ୍ୟରେ ଭାଜପାର ବୃହତ ବିଜୟ ଐତିହାସିକ ଅଟେ । ଏହି ବିଜୟ ହେଉଛି, ପ୍ରଧାନମନ୍ତ୍ରୀଙ୍କ ଉନ୍ନତ ନେତୃତ୍ୱ ଉପରେ ଜନତାଙ୍କ ବିଶ୍ୱାସର ବିଜୟ । ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ।

ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଏବଂ ଯୁବବର୍ଗଙ୍କ ଉନ୍ନତି ପାଇଁ ଭାରତୀୟ ଜନତା ପାର୍ଟି ଜନସାଧାରଣଙ୍କ ମଧ୍ୟରେ ଆଗତ ହୋଇଥିବା ସଂକଳ୍ପରେ ମା, ଭଉଣୀ ଏବଂ ଯୁବକମାନେ ବିଶେଷ ବିଶ୍ୱାସ କରିଛନ୍ତି । ଆଜି ହାସଲ ହୋଇଥିବା ସଫଳତା ହେଉଛି ସେହି ଜନସାଧାରଣଙ୍କ ବିଶ୍ୱାସର ଫଳାଫଳ ବୋଲି କହିଛନ୍ତି ସ୍ମୃତି ଇରାନି ।

ସୂଚନାଯୋଗ୍ୟ, ନିକଟରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ୪ଟିର ଗଣତି ରବିବାର ହୋଇଛି । ଯେଉଁଥିର ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ବିଜୟୀ ହୋଇଛି । ଏହି ବିଜୟକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି ଟୁଇଟ କରି ଏମିତି କହିଛନ୍ତି ।

Comments are closed.