Latest Odisha News

BREAKING NEWS

୧୩ରେ ସଂସଦ ଆକ୍ରମଣ ନେଇ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ

ନୂଆଦିଲ୍ଲୀ: ହତ୍ୟା ଷଡ଼ଯନ୍ତ୍ରର ପ୍ରତିଶୋଧ ନେବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁର ଧମକ । ଭାରତକୁ ପୁଣି ଧମକ ଦେଇଛି ପନ୍ନୁ । ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ନୂଆ ଧମକପୂର୍ଣ୍ଣ ଭିଡିଓ ଜାରି କରିଛି ।ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ତେବେ ଡେସେମ୍ବର ୧୩ରେ ସେ ଆକ୍ରମଣ କରିବା ନେଇ ଭିଡିଓରେ କହିଛି। ଭାରତ ତାକୁ ହତ୍ୟା କରିବା ପାଇଁ କରିଥିବା ଯୋଜନା ବିଫଳ ହୋଇଛି। ସଂସଦ ଉପରେ ଆକ୍ରମଣ କରି ଏହାର ପ୍ରତିଶୋଧ ନେବ ବୋଲି ଭିଡିଓରେ କହିଛି।

ପୂର୍ବରୁ ୨୦୦୧ ମସିହା ଡିସେମ୍ବର ୧୩ରେ ସଂସଦ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।ପନ୍ନୁ ୨୦୦୧ ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ସହ ନିଜର ଏକ ପୋଷ୍ଟର ମଧ୍ୟ ଜାରି କରିଛି, ଯେଉଁଥିରେ ଲେଖାଯାଇଛି ‘ଦିଲ୍ଲୀ ବନେଗା ପାକିସ୍ତାନ’ । ସେ କହିଛି, ଭାରତୀୟ ଏଜେନ୍ସି ତାକୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ । କିନ୍ତୁ ଏହା ଫେଲ୍ ହୋଇଯାଇଛି । ଏହି ଷଡ଼ଯନ୍ତ୍ରର ଜବାବରେ ସେ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ କରିବ।

ସୋମବାରଠାରୁ ସଂସଦ ଶୀତ ଅଧିନବେଶ ଆରମ୍ଭ ହୋଇଛି । ଯାହାକି ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏପରି ସ୍ଥଳେ ପନ୍ନୁର ଏଭଳି ଧମକ ଭିଡିଓ ସାମ୍ନାକୁ ଆସିଛି । ଏହାକୁ ନେଇ ସୁରକ୍ଷା ଏଜେନ୍ସି ଗୁଡ଼ିକ ହାଇଆଲର୍ଟରେ ରହିଛନ୍ତି । ତେବେ ପାକିସ୍ତାନ ଆଇଏସଆଇର K-2 ଡେସ୍କ ପନ୍ନୁକୁ ଏହି ଭାରତ ବିରୋଧୀ ବୟାନ ସ୍କ୍ରିପ୍ଟ ଲେଖି ଦେଇଥିବା ସୂଚନା ମିଳିଛି ।

ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସ୍ (ଏସ୍ଏଫଜେ)ର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କ ବିରୋଧରେ ଏନଆଇଏ ଗତ ସେପ୍ଟେମ୍ବର ମାସରେ ବଡ଼ ଆକ୍ସନ ନେଇଥିଲା। ଅମୃତସର ଓ ଚଣ୍ଡିଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତି ଜବତ କରିଥିଲା ଏନଆଇଏ । ଏହାଛଡ଼ା ଚଣ୍ଡୀଗଡ଼ ସ୍ଥିତ ତାର ଘର ମଧ୍ୟ ଜବତ ହୋଇଛି। ୨୦୨୦ ପୂର୍ବରୁ ମଧ୍ୟ ପନ୍ନୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ପନ୍ନୁ ବର୍ତ୍ତମାନ ଆମେରିକାରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଛି।

Comments are closed.