Latest Odisha News

BREAKING NEWS

ପୁଅ, ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କରି ଡାକ୍ତରଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ମୃତକ ଚକ୍ଷୁବିଶେଷଜ୍ଞ ଅରୁଣ ସିଂ। ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜନାଲ୍‌ ମେଡିକାଲ୍‌ ଅଫିସର୍‌ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାରଠାରୁ ଡାକ୍ତରଙ୍କ ପରିବାରର କୌଣସି ସଦସ୍ୟ ଘରୁ ବାହାରି ନଥିଲେ। କାହା ସହିତ ଯୋଗାଯୋଗ ମଧ୍ୟ କରି ନ ଥିଲେ। ଫଳରେ ପଡୋଶୀ ଓ ସମ୍ପର୍କୀୟଙ୍କ ସନ୍ଦେହ ହୋଇଥିଲା ଓ ସେମାନେ ପୋଲିସକୁ ଖବର ଦେଇଥିଲେ ।

ମୃତଦେହ ନିକଟରେ ଅନେକ ଇଞ୍ଜେକ୍ସନ୍‌ ପଡିଥିଲା। ପ୍ରଥମେ ଡାକ୍ତର ପିଲାଙ୍କୁ ଇଞ୍ଜେକସନ ଦେଇ ଅଚେତ କରାଇବା ପରେ ସେମାନଙ୍କ ମୁଣ୍ଡରେ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରେ ସେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ। ମୃତ ଡାକ୍ତର, ପତ୍ନୀ ଅର୍ଚ୍ଚନା, ପୁଅ ଆରବ ଓ ଝିଅ ଆଦିଭାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅର ବୟସ ୧୪ ଏବଂ ପୁଅର ବୟସ ୫ ବର୍ଷ ।

Comments are closed.