Latest Odisha News

BREAKING NEWS

ସଭାରେ କାନ୍ଦିଲେ ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ 

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆରେ ଜନ୍ମହାର ହ୍ରାସ ନେଇ ଚିନ୍ତାରେ କିମ୍ ଜଙ୍ଗ୍ ଉନ୍। ଏଥିପାଇଁ ସେ ସଭାରେ କାନ୍ଦୁଥିବା ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ କିମ୍ ମହିଳାଙ୍କୁ ଅଧିକ ପିଲା ଜନ୍ମ କରିବା ପାଇଁ ଅନୁରୋଧ କରିଛନ୍ତି। କାନ୍ଦି କାନ ଜନ୍ମହାର ବୃଦ୍ଧି କରିବା ପାଇଁ କହିଛନ୍ତି। ପ୍ୟୋଙ୍ଗୟାଙ୍ଗରେ ଆୟୋଜିତ ନ୍ୟାସନାଲ ମଦର୍ସ ମିଟିଂ କାର୍ଯ୍ୟକ୍ରମରେ ସେ ଏଥିପାଇଁ କାନ୍ଦି ପକାଇଥିଲେ।

ଜନ୍ମହାର ବୃଦ୍ଧି କରିବା ଦେଶର ସମସ୍ତ ମହିଳାଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। ଦେଶକୁ ଶକ୍ତିଶାଳୀ କରିବାକୁ ହେଲେ ଅଧିକ ପିଲା ଜନ୍ମ କରିବା ଦିଗରେ ମହିଳାମାନଙ୍କୁ ପ୍ରୟାସ କରିବାକୁ ହେବ ।ଦେଶକୁ ସଶକ୍ତ କରିବାରେ ମହିଳାମାନେ ଏଯାବତ ଭଲ କାମ କରିଛନ୍ତି। ଏଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ କିମ୍ ଜଙ୍ଗ୍ ଉନ୍‌।

ବର୍ତ୍ତମାନ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନଙ୍କୁ ଦୁନିଆର ସବୁଠାରୁ ନିଷ୍ଠୁର ଶାସକ ଭାବରେ ଗଣାଯାଏ । ସବୁବେଳେ ନିଜ ଦେଶରେ ଜନସାଧାରଣଙ୍କ ପାଇଁ ଅଜବ ନିୟମ ପ୍ରଣୟନ କରନ୍ତି । ଦେଶରେ ଜନ୍ମ ହାର ହ୍ରାସ ପାଇବା ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି।

ଗତ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଉତ୍ତର କୋରିଆରେ ଜନ୍ମହାରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠିର ରିପୋର୍ଟ ଅନୁଯାୟୀ ଦେଶରେ ଜନ୍ମହାର ୧.୮କୁ ହ୍ରାସ ପାଇଛି। ୨୦୨୩ରେ ଉତ୍ତର କୋରିଆରେ ଜନ୍ମହାର ଜଣେ ମହିଳା ପିଛା ୧.୭୯ ରହିଛି। ୨୦୧୪ ମସିହାରେ ଏହି ହାର ୧.୮୮ ଥିଲା। ଅନ୍ୟପକ୍ଷରେ ଦକ୍ଷିଣ କୋରିଆରେ ଜନ୍ମହାର ୨୦୧୪ରେ ଜଣେ ମହିଳା ପିଛା ୧.୨୦ ଥିବା ବେଳେ ୨୦୨୨ରେ ଏହା ୦.୭୮କୁ ଖସିଥିଲା।

 

 

 

 

 

 

Comments are closed.