Latest Odisha News

କଳାର ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଭିନବ ପ୍ରୟାସ

ନୂଆଦିଲ୍ଲୀ : ପୂର୍ବ ଭାରତର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ଵର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ଓ ଦର୍ଶନ ଉପରେ ଆଧାରିତ ତିନି ଦିନିଆ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ମୋଦି @୨୦ ତାରିଖ ସନ୍ଧ୍ୟାରେ  ଉଦ‌ଯାପିତ ହୋଇଯାଇଛି। ଏହି ଚିତ୍ରକଳା ଉତ୍ସବରେ ସାରା ଭାରତରୁ ୨୦୦ ରୁ ଅଧିକ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀଙ୍କର ଚିତ୍ରକଳା ସ୍ଥାନିତ ହୋଇ ଉଚ୍ଚ ପ୍ରଶଂସିତ ହେଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥିଭାବରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଅଧକ୍ଷ ରାଜକୁମାର ଓ ସମ୍ମାନିତ ଅତିଥିଭାବରେ ପୂର୍ବତନ ଲୋକସଭା ସଦସ୍ୟ ତଥା କବି ପ୍ରସନ୍ନ ପାଟଶାଣୀ, ନୂଆଦିଲ୍ଲୀ ଉନ୍ନୟନ କତ୍ତୃପକ୍ଷ ସୁଦର୍ଶନ ଜୀ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ଅତିରିକ୍ତ ସଚିବ ଅନନ୍ତ ସ୍ବରୂପ, ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ନିର୍ଦେଶକ ଚିତ୍ର ରଞ୍ଜନ ତ୍ରିପାଠୀ, ଚିଜ କାରା (ଚଣ୍ଡୀଗଡ଼) ବିଶ୍ବବିଦ୍ୟାଳୟ ଡିନ ରଞ୍ଜନ ମଲିକ ଉତ୍କଳ ମେଲ ସମ୍ପାଦକ ପୀତବାସ ମିଶ୍ର ଯୋଗଦେଇଥିଲେ ଓ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଏଭଳି ଅଭିନବ ପ୍ରୟାସ ଯୁବପୀଢ଼ିଙ୍କୁ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ |

 

ପ୍ରାରମ୍ଭରେ ଆୟୋଜନ କମିଟି ଅଧ୍ୟକ୍ଷ କବି ଶଙ୍କର ପରିଡ଼ା ଅତିଥିମାନଙ୍କୁ ସ୍ବାଗତ କରିଥିବାବେଳେ ଉପଦେଷ୍ଟା ସମାଜସେବୀ ଜଗନ୍ନାଥ କୁଞ୍ଜବିହାରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ | ଆର୍ଟ ଗ୍ୟାଲେରୀ ନିର୍ଦ୍ଦେଶକ ଅଶୋକ ନାୟକ ପ୍ରଦର୍ଶନୀକୁ କ୍ୟୁରେଟ କରିଥିଲେ

ଆର୍ଟ ଗ୍ୟାଲେରୀ ଅଧ୍ୟକ୍ଷ ସୂର୍ଯ୍ୟ ରଥ ଏହି ଉତ୍ସବରେ ଅଧ୍ଯକ୍ଷତା କରିଥିଲେ ଓ ଭାରତୀୟ ଚିତ୍ରକଳାର ପ୍ରସାର ପାଇଁ ଏହି ପ୍ରଦର୍ଶନୀ ଆଗାମୀ ଦିନରେ ଦେଶର ପ୍ରମୁଖ ସହର ଓ ବିଦେଶରେ ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଭୁବନେଶ୍ବର, ଗୌହାଟୀ, ନାଗପୁର, ଭୋପାଳ, ଅହମ୍ମଦାବାଦ, ବରୋଦା ଓ ବନାରସ ସହରରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇସାରିଛି ।

Comments are closed.