Latest Odisha News

୩.୩୩ କୋଟି ବ୍ୟାଙ୍କ ଦୁର୍ନୀତି ମାମଲା, ୨ ଜଣଙ୍କୁ ବାନ୍ଧିଲା EOW 

ଭୁବନେଶ୍ବର: ୩ କୋଟି ୩୩ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌ EOW । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ପୂର୍ବତନ ଏଗ୍ରିକଲଚର ଫାଇନାନ୍ସ ଅଫିସରଙ୍କୁ EOW ଗିରଫ କରିଛି । ଗିରଫ ହୋଇଥିବା ତତ୍କାଳୀନ ବ୍ରାଞ୍ଚ୍‌ ମ୍ୟାନେଜର ହେଲେ ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରିକଲଚରାଲ ଫାଇନାନ୍ସ ଅଫିସର ଦେବୀଦତ୍ତ ପାଣିଗ୍ରାହୀ । ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଅନାଦି ବିଶ୍ବାସ ଏମାନଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ ।

୨୦୧୫ରୁ ୨୦୧୮ ମସିହା ମଧ୍ୟରେ ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି ହୋଇଥିଲା । ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଚଳୁ କରିଥିଲେ ଏହି ଦୁଇଜଣ । ସରକାରୀ ସବସିଡିକୁ ମଧ୍ୟ ହଡ଼ପ କରାଯାଇଥିଲା । ଏହି ସମୟରେ ୧୮ ଟି କିଷାନ କ୍ରେଡିଟ କାର୍ଡ ଓ ୨୪ ଟି ଲୋନ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୩.୩୩ କୋଟି ଟଙ୍କାର ବେଆଇନ୍ ଆର୍ଥିକ କାରବାର ହୋଇଥିଲା।ଅତି ଚତୁରତାର ସହ ନକଲି ହିତାଧିକାରୀଙ୍କ ନାଁରେ ଲୋନ ଟଙ୍କା ହଡପ କରିଥିଲେ। ଅଭିଯୋଗ ପରେ ଉଭୟଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ EOW। ସେମାନଙ୍କଠାରୁ ଅନେକ ଜରୁରୀ କାଗଜପତ୍ର ଜବତ କରାଯାଇଛି।

 

Comments are closed.