Latest Odisha News

ବିଧାନସଭା ନିର୍ବାଚନୀ ମେଣ୍ଟ: ବିଜେପି ୧୬୨ ଏବଂ ଶିବସେନା ୧୨୬ଟି ଆସନରେ ଲଢିବେ ନିର୍ବାଚନ

ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଶାସନ କ୍ଷମତାରେ ଥିବା ବିଜେପି ଓ ଶିବସେନା ମଧ୍ୟରେ ନିର୍ବାଚନ ଲାଗି ଆସନ ବୁଝାମଣା ହୋଇଛି ।

ଏହି ଆସନ ବୁଝାମଣା ନେଇ ଗତ କିଛି ସପ୍ତାହ ଧରି ଉଭୟ ଦଳରେ ଅସନ୍ତୋଷ ଜାରି ରହିଥିବା ବେଳେ ଏହାର ଅନ୍ତ ଘଟିଛି । ଏହି ନିର୍ବାଚନରେ ବିଜେପି ୧୬୨ଟି ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ଶିବସେନା ୧୨୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ।

ଏହି ଆସନ ବୁଝାମଣା ସମ୍ପର୍କରେ ଉଭୟ ଭାରତୀୟ ଜନତା ପାର୍ଟି ଏବଂ ଶିବସେନା ପକ୍ଷରୁ ମିଳିତ ଭାବେ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଏହି ପ୍ରେସ ବିବୃତିରେ ଶିବସେନାର ବରିଷ୍ଠ ନେତା ସୁଭାଷ ଦେଶାଇ ଏବଂ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏହି ବୁଝାମଣାରେ ସ୍ୱାକ୍ଷର କରିଛନ୍ତି ।

ତେବେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏବଂ ଶିବସେନା ସଭାପତି ଉଦ୍ଧବ ଠାକରେ ଏହି ଆସନ ବୁଝାମଣା ସମ୍ପର୍କରେ ଏକ ମିଳିତ ପ୍ରେସ ବିବୃତି ଦେବାର କାର୍ଯ୍ୟକ୍ରମ ରହିଛି ।

Comments are closed.