ଭୁବନେଶ୍ବର: ରାଜଧାନୀରେ ମହଙ୍ଗା ପଡିଲା ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ଟୁଲେଟ ବିଜ୍ଞାପନ ମାରିବା । ଟୁଲେଟ ଓ ବିଜ୍ଞାପନ ଲଗାଇବାରୁ ୩ ସଂସ୍ଥାଠାରୁ ୫୦ ହଜାର ଲେଖାଏଁ ମୋଟ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଏଥିସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଥାନାରେ ଏତଲା ଦିଆଯାଇଛି । ବିଜ୍ଞାପନ ଲଗାଇବା ଦ୍ବାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏଥିସହ ମାନବ ସମ୍ବଳ ଉପରେ ପ୍ରଭାବ ପଡୁଥିବା ବିଏମସି କମିଶନର କହିଛନ୍ତି ।
ଭୁବନେଶ୍ବର ଫାଷ୍ଟ ଅଭିଯାନକୁ ଜୋରଦାର କରିବାକୁ ବିଏମସି ଦିନ ରାତି ଏକ କରିଛି । ହେଲେ କିଛି ଲୋକ ଓ ସଂସ୍ଥା ସୌନ୍ଦ୍ୟର୍ଯ୍ୟ ବିଗାଡୁଛନ୍ତି ।ବିନା ଅନୁମତିରେ ବେଆଇନ ଭାବରେ ଟୁଲେଟ ଓ ବିଜ୍ଞାପନ ମାରିଥିବା ୩ ସଂସ୍ଥାଠାରୁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି ବିଏମସି ।
ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ପୋଷ୍ଟର ଲାଗିବା ଦ୍ବାରା ଏ ସବୁ ସଫା କରିବା ପାଇଁ ସ୍ପ୍ରେ ମେସିନ ଓ କର୍ମଚାରୀ ନିୟୋଜିତ ହେଉଛନ୍ତି । ବିଏମସିର ଅଯଥା ଟଙ୍କା ଖର୍ଚ୍ଚ ହେଉଛି । ଯିଏ ବି ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ଚେତାବନୀ ଦେଇଛନ୍ତି ।
BREAKING NEWS
- ଟି୨୦ ର୍ୟାଙ୍କିଙ୍ଗ: ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇ ହେଡ ହେଲେ ଏକ ନମ୍ବର
- ହରପାଲ ସିଂ ବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଓଡିଶା କ୍ରୀଡା ସାମ୍ବାଦିକ ସଂଘ
- ରାମ ମନ୍ଦିର ଗର୍ଭ ଗୃହରେ ପାଣି ଲିକ୍ କରିବା ଘଟଣାରେ ସ୍ପଷ୍ଟିକରଣ ଦେଲା ମନ୍ଦିର ଟ୍ରଷ୍ଟ
- ଓଲୀ ରବିନସନ ଦେଲେ ଗୋଟିଏ ଓଭରରେ ୪୩ ରନ
- ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ରିମାଣ୍ଡରେ ନେଲା ସିବିଆଇ
- ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ବାଚସ୍ପତିଙ୍କ ନିନ୍ଦା, ପ୍ରଶଂସା କଲେ ମୋଦୀ
- ଭାରତ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ଇଞ୍ଜାମାମ
- ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ଏମପିଲାଡସ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ
- ବେଆଇନ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ, ୧୪ କେଜି ଗଞ୍ଜେଇ ଜବତ