ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଆମେ ବିଭିନ୍ନ ଉପାୟରେ ଆମ ସ୍ବାସ୍ଥ୍ୟର ଯତ୍ନ ନେଇଥାଉ । କିଏ ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତି । ଅର୍ଥାତ୍ ସତେଜ ପନିପରିବା କିମ୍ବା ଫଳମୂଳ ଖାଆନ୍ତି । ତେବେ ଯଦି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଚାହୁଁଛନ୍ତି । ଯଦି ଆପଣ ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି । ତେବେ ଖାଦ୍ୟରେ ସାମିଲ କରନ୍ତୁ । ଏହି ଖାଦ୍ୟ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେବ । ଶୀତ ଦିନେ କିଛି ଲୋକ ମିଠା ଆଳୁ ବା ସୁଇଟ୍ ପଟାଟୋ ଖାଇବାକୁ ପସନ୍ଦ କରନ୍ତି ।
ଏହି ସମୟରେ ଏହା ସହଜରେ ମିଳିଯାଏ । ଏହି ପରିବା ସ୍ବାଦରେ ସାମାନ୍ୟ ମିଠା ଏବଂ କିଛି ମାତ୍ରାରେ ଆଳୁ ପରି ଦେଖାଯାଏ । ଅଧିକାଂଶ ଲୋକ ଏହାକୁ ମିଠା ଆଳୁ ନାମରେ ଜାଣନ୍ତି । ଏହା ବିଭିନ୍ନ ଶକ୍ତିର ଭଣ୍ଡାର । ଯାହା ଅନେକ ଉପାୟରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଆସନ୍ତୁ ଜାଣିବା ଏହାର ଉପକାରିତା । ଏହା ଆମ ଆଖି ପାଇଁ ଖୁବ୍ ଲାଭଦାୟକ । ଏହା ଆମ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣେ । ଏହା ବିଭିନ୍ନ ପୋଷକ ତତ୍ତ୍ବ ଏବଂ ପ୍ରୋଟିନରେ ଭରପୂର । ଏହାକୁ ଖାଇବା ଦ୍ବାରା ଆପଣ ହୃଦରୋଗରୁ ଦୂରେଇ ରୁହନ୍ତି ।
ଏଥିରେ ଥିବା ଫାଇବର ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୁଏ । ଉଚ୍ଚ ରକ୍ତଚାପ ସମସ୍ୟାରୁ ବି ମୁକ୍ତି ଦିଏ । ମିଠା ଆଳୁ କୁ ପ୍ରତିଦିନ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଶକ୍ତିଶାଳୀ ହେବା ସହ କୋଷ୍ଠକାଠିନ୍ୟ ଦୂର ହୁଏ । ପେଟ ଜନିତ ସମସ୍ତ ସମସ୍ୟା ଦୂର ହୁଏ । ମାରାତ୍ମକ କର୍କଟ ରୋଗ ହେବାର ଆଶଙ୍କାକୁ ମଧ୍ୟ କମାଏ ।
Comments are closed.