Latest Odisha News

କିଏ ଏହି ୪ ଜଣ ଯୁବକ ଯୁବତୀ ? ସଂସଦ ଭିତରେ ଓ ବାହାରେ ଆତଙ୍କ ଖେଳାଇବା ପାଇଁ କିପରି କରିଥିଲେ ଯୋଜନା ?

ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷାକୁ ନେଇ ବଡ ଚାଲେଞ୍ଜ । ହାଇସିକ୍ୟୁରିଟି ଭିତରେ କେମିତି ସଂସଦ ଭବନକୁ ପଶି ଆସିଲେ ଦୁଇ ଯୁବକ ? କିଏ ଏମାନେ ? କାହିଁକି ଆସିଥିଲେ ? କ’ଣ ଥିଲା ଏମାନଙ୍କ ଉଦ୍ଦେଶ୍ୟ ? ଆଜିର ସଂସଦ ଭବନରେ ଦୁଇଜଣ ଅଜଣା ଯବକ ଦର୍ଶକ ଗ୍ୟାଲେରୀରୁ ଡେଇଁବା ପରେ ଏପରି ଅନେକ ପ୍ରଶ୍ନ ମନକୁ ଆସିଛି ।

ଦୁଇ ଯୁବକ ସଂସଦ ଭବନ ଭିତରକୁ ଡେଇଁବା ପରେ କଲର ସ୍ମୋକ ବ୍ୟବହାର କରିଥିଲେ  । ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଦୁଇଜଣ ଯୁବକ ସଂସଦ ଭବନ ଭିତରେ ପଶିଥିବାବେଳେ ଅନ୍ୟ ଜଣେ ଯୁବକ ଓ ଜଣେ ଯୁବତୀ ସଂସଦ ବାହାରେ ନାରା ଦେଉଥିଲେ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂସଦ ଭିତରେ ଥିବା ଯୁବକ ଦୁଇଜଣ ହେଲେ ସାଗର ଶର୍ମା ଏବଂ ମନୋରଞ୍ଜନ । ସେହିପରି ସାଂସଦ ବାହାରେ କଲର ସ୍ମୋକ ପ୍ରୟୋଗ କରି ନାରା ଦେଉଥିବା ଯୁବତୀଙ୍କ ନା ନୀଲମ (୪୨) ଏବଂ ଯୁବକଙ୍କ ନାଁ ଅମୋଲ ସିନ୍ଦେ (୨୫) ।

ନୀଲମଙ୍କ ଘର ହରିଆଣାର ଜିନ୍ଦର ଘାସୋ ଅଞ୍ଚଳରେ । ତାଙ୍କର ବାପା ଜଣେ ମିଠା ଦୋକନ ଚଲାଉଛନ୍ତି । ସେହିପରି ତାଙ୍କ ସହ ଥିବା ଯବକ ଙ୍କ ଘର ମହରାଷ୍ଟ୍ରର ଲାତୁର ଅଞ୍ଚଳରେ । ଏମାନେ ସଂସଦ ଭବନ ବାହାରେ ଉଭୟେ ‘ଏକଛତ୍ରବାଦ ଚଳିବ ନାହିଁ….ଭାରତ ମାତା କୀ ଜୟ, ଜୟ ଭୀମ ଏବଂ ଜୟ ଭାରତ ନାରା ଦେଉଥିଲେ ।

ସେହିପରି ମନୋରଞ୍ଜନ କର୍ଣ୍ଣାଟକର ବାସିନ୍ଦା ଏବଂ ପେଷାରେ ଜଣେ ଡ୍ରାଇଭର । ସେହିପରି ସାଗର ଶର୍ମାଙ୍କ ଘର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ । ମିଡିଆ ଖବର ଅନୁଯାୟୀ, ୪ ଜଣ ପୂର୍ବରୁ ଲଗାତାର ସମ୍ପର୍କରେ ଥିଲେ । ସେମାନେ ମିଳିମିଶି ସଂସଦରେ ସ୍ମୋକ ଷ୍ଟିକ ଜଳାଇବାର ଷଡଯନ୍ତ୍ର ପ୍ରସ୍ତୁତ କରିଥିଲେ ।

ଏପଟେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି, ଲୋକସଭା ନିଜ ସ୍ତରରେ ଘଟଣାର ଯାଞ୍ଚ କରୁଛି । ଦିଲ୍ଲୀ ପୋଲିସକୁ ବି ନିର୍ଦ୍ଦେଶ ଦିଆଯାଇଛି । ତେବେ ସେମାନେ କାହିଁକି ଏପରି କରିଥିଲେ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।

Comments are closed.