Latest Odisha News

BREAKING NEWS

ଆସନ୍ତୁ ଜାଣିବା କଣ ପାଇଁ ଜଣେ ବ୍ୟକ୍ତିଙ୍କ ଦୁଇ ଥର କରାଗଲା ଅନ୍ତିମ ସଂସ୍କାର

ଲଣ୍ଡନ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରବର୍ଗଙ୍କୁ ୨ ଥର ଅନ୍ତିମ ସଂସ୍କାର କରିବାକୁ ପଡିଛି । ଘଟଣାଟି ଏହିପରି… ପରିବାର ସଦସ୍ୟ ତାଙ୍କ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର କରିବା ପରେ ଶୋକସଭାର ଆୟୋଜନ ମଧ୍ୟ କରିଥିଲେ । ୩ ସପ୍ତାହ ପରେ ଡାକ୍ତରଖାନାରୁ ଏକ ଫୋନ ଆସିଥିଲା ଯାହାକି ସେମାନଙ୍କୁ ଚକିତ କରି ଦେଇଥିଲା । ଯେଉଁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଛନ୍ତି ସେ ଆପଣଙ୍କ ପରିବାରର ସଦସ୍ୟ ନୁହନ୍ତି । ଆପଣଙ୍କ ସଦସ୍ୟଙ୍କ ଶବ ଏବେ ବି ଡାକ୍ତରଖାନାରେ ରହିଛି । ପରିବାରଲୋକେ ପୁନର୍ବାର ଡାକ୍ତରଖାନା ଯାଇ ନିଜ ପ୍ରିୟଜନଙ୍କ ଶବ ଆଣି ପୁନର୍ବାର ଅନ୍ତିମ ସଂସ୍କାର କରିଥିଲେ ।

ଡାକ୍ତରଖାନାର କର୍ମଚାରୀଙ୍କ ତ୍ରୁଟି ଯୋଗୁ ଆମେ ଏ ଭଳି ମାନସିକ ଯନ୍ତ୍ରଣାର ଶୀକାର ହେଲୁ ବୋଲି ସେମାନେ ଦୁଃଖରେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମେ ଯେଉଁ ବ୍ୟକ୍ତିଙ୍କ ଶବ ସଂସ୍କାର କରାଯାଇଥିଲା ତାହା ଏ ପର୍ଯ୍ୟନ୍ତ କାହାର ସ୍ପଷ୍ଟ ହୋଇପାରିନି । ଘଟଣାକୁ ନେଇ ଜର୍ଜିୟା ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜର୍ଜ ୟୁନିଭରସିଟି ଡାକ୍ତରଖାନା ପକ୍ଷରୁ ଏ ନେଇ କ୍ଷମା ପ୍ରାର୍ଥନା କରାଯିବ ସହ ଏ ଭଳି ତ୍ରୁଟିର ପୁନରାବୃତି ହେବନି ବୋଲି କୁହାଯାଇଛି ।

Leave A Reply

Your email address will not be published.