Latest Odisha News

ଡେଭିଡ ଧାୱନ-ବରୁଣ କମ୍ବିନେଶନର ଆଗାମୀ ଫିଲ୍ମକୁ ପ୍ରଡ୍ୟୁସ କରିବେ ରମେଶ ତୌରାନୀ

ମୁମ୍ବାଇ: ହୀରୋ, ଜୁଡୱା ୨ ଓ କୁଲୀ ନମ୍ବର ୧ ର ସଫଳତା ପରେ ବାପା ଡେଭିଡ ଧାୱନ ଓ ପୁତ୍ର ବରୁଣ ଧାୱନଙ୍କ ଯୋଡି ପୁନର୍ବାର ଏକତ୍ର ଫିଲ୍ମ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଥିଲା । ପରେ ଏହି ଖବରର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠିଥିଲା । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଡେଭିଡ ଓ ବରୁଣଙ୍କ କମ୍ବିନେଶନ ଆଉ ଏକ କମେଡି ଫିଲ୍ମ କରିବାକୁ ଯାଉଛନ୍ତି । ରମେଶ ତୌରାନୀ ଏହାର ପ୍ରଡ୍ୟୁସର ରହିବେ । ୨୦୧୩ରେ ସଲମାନ ଖାଁଙ୍କୁ ନେଇ ତୌରାନୀ ଓ ଡେଭିଡ ଫିଲ୍ମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ଏବେ ଉଭୟ ପୁନଃ ଏକତ୍ର ହୋଇଛନ୍ତି । ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବା ପାଇଁ ଡେଭିଡଙ୍କୁ ତୌରାନୀ କହିଛନ୍ତି ।

ଯଦି ସବୁ କିଛି ଠିକଠାକ ରୁହେ ତେବେ ଅନ୍ୟ କଳାକାର ଚୟନ ସହ ଆସନ୍ତା ବର୍ଷ ଆରମ୍ଭରୁ ଏହି ଫିଲ୍ମ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ସୂଚନାଯୋଗ୍ୟ, ଡେଭିଡ ଓ ଗୋବିନ୍ଦାଙ୍କ ଯୋଡି ବେଶ କିଛି ବର୍ଷ ବକ୍ସ ଅଫିସରେ ରାଜୁତି କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଏବେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଡେଭିଡ ପରେ ସଲମାନ ଏବଂ ଏବେ ବରୁଣଙ୍କୁ ନେଇ ଫିଲ୍ମ କରୁଛନ୍ତି ।

Comments are closed.