Latest Odisha News

ଏହି ଦେଶରେ ପିଆଜ, କ୍ୟାଟଫିଶ ଖାଇଲେ ଭୋଗିବେ ଜେଲ ଦଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ ରହିଛି । ତେବେ ଆମେରିକାର ନେଭାଦାରେ ଏକ ୧୧ ଏକର ବିଶିଷ୍ଟ ଛୋଟ ଦେଶ ରହିଛି । ଏହାକୁ ଗ୍ରାଣ୍ଡ ରିପବ୍ଲିକ ଅଫ ଗୋଲ୍ଡଷ୍ଟିନ କୁହାଯାଇଥିଲା । ଏବେ ମୋଲେସିଆ ଗଣରାଜ୍ୟ ଭାବେ ଏହା ପରିଚିତ । ୧୯୭୭ରେ ଏହାର ସ୍ଥାପନ କରାଯାଇଥିଲା । ୧୧ ଏକର ବିଶିଷ୍ଟ ଏକ ଦେଶରେ ରୁହନ୍ତି ମାତ୍ର ୩୮ ଲୋକ । ସଂଯୁକ୍ତ ରାଷ୍ଟ୍ରର ମାନ୍ୟତା ପାଇ ନ ଥିଲେ ମଧ୍ୟ ମୋଲେସିଆ ଗଣରାଜ୍ୟର ନିଜସ୍ୱ ନୌସେନା, ଅନ୍ତରୀକ୍ଷ କାର୍ଯ୍ୟକ୍ରମ, ରେଲପଥ, ଡାକସେବା ରହିଛି । ଏହା ବ୍ୟତୀତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୁଭି ଥିଏଟର, ଅନଲାଇନ ରେଡିଓ ଷ୍ଟେସନ ଓ ପାର୍କ ମଧ୍ୟ ରହିଛି । ଏହି ଦେଶର ରାଷ୍ଟ୍ରପତିଙ୍କ ନାମ କେଭିନ ବାଘ ।

ଏଠାରେ ପିଆଜ, ପାଳଙ୍ଗ ଓ କ୍ୟାଟଫିଶ ଖାଇଲେ ଜେଲ ଯିବାକୁ ପଡିବ । ବାଘଙ୍କ କହିବାେ ଅନୁସାରେ ମୋତେ ପିଆଜ ଭଲ ଲାଗେନି ମାନେ ଏଠାରେ କେହି ଏହାକୁ ଖାଇ ପାରିବେ ନାହିଁ । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଅନେକ ସାମଗ୍ରୀ ଆଣିବା ଉପରେ ମଧ୍ୟ କଟକଣା ରହିଛି । ମରୁଭୂମିରେ ନିର୍ମିତ ଏହି ଛୋଟ ଦେଶ ନିର୍ମାଣ ହେବା ବେଳେ କିଛି ସୁବିଧା ସୁଯୋଗ ନ ଥିଲା । ଧିରେ ଧିରେ ଆମେ ସବୁ କ୍ଷେତ୍ରରେ ଆଗେଇବାରେ ଲାଗିଛି ।

Comments are closed.