Latest Odisha News

ଗୃହରେ ହଙ୍ଗାମା କରୁଥିଲେ, ପୁରା ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନ ସୁରକ୍ଷା ବ୍ୟବସ୍ଥାରେ ଦେଖା ଦେଇଥିବା ତ୍ରୁଟିକୁ ନେଇ  ଲୋକସଭା ଏବଂ ରାଜ୍ୟସଭାରେ  ଜୋରଦାର ହଙ୍ଗାମା ହୋଇଛି । ଉଭୟ ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଏହି ସମୟରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ ମଧ୍ୟ ଜୋରଦାର ବର୍ଷିଛନ୍ତି । ଏହା ପରେ ସାଂସଦ ଡେରେକ ବ୍ରାୟନଙ୍କୁ  ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି ।

BjdElectrycity

ଗତକାଲି ସୁରକ୍ଷା ବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଆଜି ଅର୍ଥାତ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାୟନଙ୍କୁ ସଂସଦ ବିରୋଧୀ ଆଚାରଣ ପାଇଁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି ।

ଡେରେକ ଓ ବ୍ରାୟନ ରାଜ୍ୟସଭା ମଝିକୁ ଚାଲିଆସି ନାରାବାଜି କରିଥିଲେ । ସେ ଗତକାଲିର ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଦାବି କରିଥିଲେ । ଏଥିସହିତ ଅପମାନଜନକ ବ୍ୟବହାର ମଧ୍ୟ ପ୍ରଦର୍ଶନ କରିଥିଲେ । ଫଳରେ ଗୃହ କାର୍ଯ୍ୟ ବାଧିତ ହୋଇଥିଲା । ତେଣୁ ଡେରେକଙ୍କୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା  ଓ ଏହାର ପାରିତ ହୋଇଥିଲା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଟିଏମସି ସାଂସଦଙ୍କ ନାମ ନେଇ ତୁରନ୍ତ ଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଚେତାବନୀ ପରେ ବି ଟିଏମସି ସଂସଦ ଏବଂ ଅନ୍ୟ ବିରୋଧୀ ଦଳ ସାଂସଦମାନେ ବିରୋଧ ପ୍ରଦର୍ଶନ କରୁଥିଲେ । କାଲିର ଘଟଣା ଉପରେ ଗୃହ ମନ୍ତ୍ରୀ ଉପସ୍ଥିତ ରହି ଜାବବ ଦେବାକୁ ବିରୋଧୀ ଅଡି ବସିଥିଲେ । ଏହା ପରେ ରାଜ୍ୟସଭାକୁ ସ୍ଥଗିତ କରି ଦିଆଗଲା ।

Leave A Reply

Your email address will not be published.