Latest Odisha News

BREAKING NEWS

ଜାମିନ ବାବଦକୁ ସିସୋଦିଆଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ବାବଦ ରିଭ୍ୟୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଅକ୍ଟୋବର ୩୦ରେ ଅବକାରୀ ନୀତି ମାମଲାରେ ସିସୋଦିଆଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ନଭେମ୍ବର ୨୯ରେ ସିସୋଦିଆଙ୍କ ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା । ପୂର୍ବରୁ ସର୍ବୋଚ୍ଚ ନ୍ୟାୟଳୟଙ୍କ ପକ୍ଷରୁ କୁହାଯାଇଥିଲା ଯଦି ୬ ମାସ ମଧ୍ୟରେ ନିମ୍ନ ଅଦାଲତରେ ଶୁଣାଣୀ ଶେଷ ନ ହୁଏ ତେବେ ସେ ଜାମିନ ପାଇଁ ଆବେଦନ କରିପାରିବେ । ତଦନ୍ତକାରୀ ସଂସ୍ଥା ମଦ ଦୁର୍ନୀତି ମାମଲାରେ ୩୩୮ କୋଟି ଟଙ୍କାର କାରୋବାର ହୋଇଥିବା ପ୍ରମାଣ କରିବାରେ ସଫଳ ହୋଇଛି । ୩ ଦିନ ତଳେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ହାଜତ ମିଆଦ ଜାନୁୟାରୀ ୧୦କୁ ବଢ଼ାଇ ଦେଇଥିଲେ ।

ଇଡିର ଓକିଲଙ୍କୁ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ ଅନୁମତି ଦେବା ସହ ପରବର୍ତୀ ଶୁଣାଣୀ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଏବେ ସିସୋଦିଆ ନୂଆ ବର୍ଷ ମଧ୍ୟ ଜେଲରେ କଟିବ ବୋଲି ନିଶ୍ଚିତ ହୋଇଛି । ସୂଚନାଯୋଗ୍ୟ, ଫେବୃୟାରୀ ୨୬ରେ ଏହି ମାମଲାରେ ସିସୋଦିଆ ଗିରଫ ହୋଇଥିଲେ । ୨୮ରେ ସେ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.