Latest Odisha News

BREAKING NEWS

ବିଶ୍ଵର ସବୁଠାରୁ ସୁଖି ଦେଶ ହେଉଛି ଫିନଲ୍ୟାଣ୍ଡ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି, କଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୱାର୍ଲ୍ଡ ହାପିନେସ୍ ରିପୋର୍ଟ । ବିଶ୍ଵର କେଉଁ ଦେଶ ସବୁଠାରୁ ସୁଖୀ ଦେଶ ତାହା ଜଣାଇଛି ଏହି ରିପୋର୍ଟ । ତେବେ ଏହି ରିପୋର୍ଟରେ ଭାରତର ସ୍ଥାନ କେଉଁଠି ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରିପୋର୍ଟ ଅନୁସାରେ ଫିନଲ୍ୟାଣ୍ଡ ହେଉଛି ଦୁନିଆର ସବୁଠାରୁ ସୁଖୀ ଦେଶ । ହାପିନେସ୍ ଇଣ୍ଡେକ୍ସରେ ଫିନଲ୍ୟାଣ୍ଡ ଲଗାତର କିଛି ବର୍ଷ ହେବ ଆଗରେ ରହୁଛି । ଫିନଲ୍ୟାଣ୍ଡ ପରେ ଦ୍ଵିତୀୟ ସ୍ଥାନରେ ଡେନମାର୍କ ଓ ତୁତୀୟ ସ୍ଥାନରେ ଆଇସଲ୍ୟାଣ୍ଡ ରହିଛି ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟପ୍ ୨୦ ଦେଶ ମଧ୍ୟରେ ଏସିଆ ମହାଦେଶର କୌଣସି ବି ଦେଶ ସାମିଲ ନାହିଁ । ପ୍ରାୟ ଏକ ବର୍ଷ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘମ ଯୁଦ୍ଧ ଲାଗିଥିବା ବେଳେ ତାହାର ସ୍ଥିତି ମଧ୍ୟ ଭାରତ ଅପେକ୍ଷା ଭଲ ସ୍ତରରେ ରହିଛି । ହାପିନେସ୍ ଇଣ୍ଡେକ୍ସର ୭୦ତମ ସ୍ଥାନରେ ଋଷ ଓ ୯୨ ସ୍ଥାନରେ ରହିଛି ୟୁକ୍ରେନ । ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ସତ୍ତ୍ଵେ ଏହି ତାଲିକାରେ ଭାରତ ବହୁତ ପଛରେ ରହିଛି । ହାପିନେସ୍ ଇଣ୍ଡେକ୍ସର ୧୨୬ ତମ ସ୍ଥାନରେ ରହିଛି ଭାରତ |

ଚିନ୍ତାର ବିଷୟ ଏହି କି ଯେ, ପାକିସ୍ତାନ ଓ ବାଙ୍ଗଲାଦେଶ ସ୍ଥିତି ଭାରତ ଅପେକ୍ଷା ଭଲ ସ୍ତରରେ ରହିଛି । ଭାରତର ପଡୋଶୀ ଦେଶ ପାକିସ୍ତାନ ୧୦୮ ରେ ଥିବା ବେଳେ ବାଙ୍ଗଲାଦେଶ ୧୦୨ରେ ରହିଛି । ସେହିପରି ୬୪ତମ ସ୍ତରରେ ରହିଛି ଚାଇନା । ଆଫଗାନିସ୍ତାନ ହେଉଛି ସବୁଠାରୁ ଦୁଃଖୀ ଦେଶ । କାରଣ ଏହି ତାଲିକାରେ ଆଫଗାନିସ୍ତାନ ୧୩୭ ତମ ଅର୍ଥାତ୍ ଶେଷ ସ୍ଥାନ ପାଇଛି | କେବଳ ଯେ ଆଫଗାନିସ୍ତାନ ତାହା ନୁହେଁ ଲେବାନନ୍, ଜିମ୍ବାୱେ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ମଧ୍ୟ ସବୁଠାରୁ ଶେଷରେ ରହିଛି ।  ଏହି ଦେଶଗୁଡିକ ସର୍ବାଧିକ ଦୁର୍ନୀତି ଗ୍ରସ୍ତ ତେଣୁ ଏହି ଅଞ୍ଚଳରେ ଲୋକମାନେ ବେଶୀ ଦିନ ବଞ୍ଚିବାର ଆଶା ବହୁତ କମ୍ ଅଟେ ।

 

Comments are closed.