Latest Odisha News

ମଝି ଆକାଶରେ ଅଟିକଗଲା ଫ୍ଲାଇଟ୍‌, ଭିଡ଼ିଓ ଭାଇରାଲ

ଫ୍ରାନ୍ସିସ୍କୋ: ମଝି ଆକାଶରେ ଯଦି ଉଡୁଥିବା ବିମାନଟି ହଠାତ୍ ବନ୍ଦ ହୋଇଯାଏ, ତେବେ ଯେକେହି ଭୟଭୀତ ହେବା ସ୍ୱଭାବିକ । ଏବେ ସୋସିଆଲ ମିଡିଆରେ ଏମିତିି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାନ ଫ୍ରାନ୍ସିସ୍କୋରେ ଅନ୍ୟ ବିମାନରେ ବସିଥିବା ଜଣେ ଯାତ୍ରୀ ଏହି ଭିଡ଼ିଓର ଲାଇଭ ଶୁଟ୍ କରିଥିଲେ । ସାନ ଫ୍ରାନ୍ସିସ୍କୋ

ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଉଡ଼ୁଥିବା ବିମାନଟି ହଠାତ୍ ମଝି ଆକାଶରେ ଅଟକିଯାଉଛି । ଭିଡିଓ ଦେଖିବା ପରେ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି । କିଛି ଲୋକ ଏହାକୁ ପ୍ରାକୃତିକ ଶକ୍ତି କହିଥିବା ବେଳେ କେତେକ ଏହାକୁ ବୈଷୟିକ ତ୍ରୁଟି ବୋଲି କହୁଛନ୍ତି । ବାସ୍ତବରେ, ଏହି ଭିଡିଓରେ ପାଇରାଲକ୍ସ ଗତି ପ୍ରଭାବ ଯୋଗୁ ବିମାନ ବନ୍ଦ ହୋଇଥିବା ଦେଖାଯାଏ । ଆଖିର ଦୃଶ୍ୟର କୋଣ ୧୨୦ ଡିଗ୍ରୀ ଅଟେ, ଆମେ ସେହି କୋଣ ଭିତରେ ଯେକୌଣସି ବସ୍ତୁ ଦେଖିବାକୁ ସକ୍ଷମ ହୋଇଥାଉ । ଏପରି ପରିସ୍ଥିତିରେ, ଯଦି କୌଣସି ବସ୍ତୁ ୧୨୦ ଡିଗ୍ରୀ ଦୂରରୁ ଆସୁଛି, ତେବେ ଆମକୁ ଏହାର ଗତି ଧୀର କିମ୍ବା ବନ୍ଦ ହୋଇଯିବାର ଭ୍ରମସୃଷ୍ଟି ହୋଇଥାଏ ।

Comments are closed.