Latest Odisha News

ପୋଲିସ ଭ୍ୟାନ ଦୁର୍ଘଟଣାର ଶିକାର, ୧୦ କର୍ମଚାରୀ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଘାଟି ରାସ୍ତାରେ ସୋମବାର ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

ପୁଲିସ ଗାଡ଼ିଟି କରଞ୍ଜିଆରୁ ବାରିପଦା ଡ୍ୟୁଟି ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ଆହତ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷୀ ଡାକ୍ତରଖାନାକୁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ଭ୍ୟାନରେ ଡ୍ରାଇଭର ହଠାତ୍ ବ୍ରେକ୍ ଫେଲ୍ ହୋଇଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି।

Comments are closed.