Latest Odisha News

କ୍ରମାଗତ ଭୂମିକମ୍ପ ପରେ ଆଇସଲାଣ୍ଡର ଗ୍ରେଣ୍ଡାୱିକରେ ଆଗ୍ନେୟଗିରି ଉଦଗୀରଣ

ଗ୍ରେଣ୍ଡାୱିକ: କିଛି ଦିନ ହେବ କ୍ରମାଗତ ଭୂକମ୍ପନ ପରେ ଏବେ ଗ୍ରେଣ୍ଡାୱିକରେ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହେବାରେ ଲାଗିଛି । ଏହାର ଭୂମି ଫାଟିଯିବା ଫଳରେ ରାସ୍ତା ସବୁ ଫାଟିବାରେ ଲାଗିଛି । ଆଇସଲାଣ୍ଡ ରାଜଧାନୀ ରେକ୍ୱାୱିକଠାରୁ ଏହା ୪୦ କିଲୋମିଟର ଦୂରରେ ଘଟିଛି । ୧୦୦ରୁ ୨୦୦ ସ୍କ୍ୱାୟର ମିଟର ପ୍ରତି ସେକେଣ୍ଡ ଦରରେ ଲାଭା ବୋହିବାରେ ଲାଗିଛି । ଗତ ମାସରେ ଏହି ଅଂଚଳର ଭୂମି ଦବିବାରେ ଲାଗିଥିଲା । ଫଳରେ ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କହିଥିଲେ । ଗତ ୨ ବର୍ଷ ମଧ୍ୟରେ ଏହି ଅଂଚଳରେ ୪ ଥର ଜ୍ୱାଳାମୂଖୀ ଫାଟି ସାରିଛି । ୨୦୨୧ ମେରେ ବଡ ଧରଣର ବିସ୍ଫୋଟ ହେବା ପରେ ୬ ମାସ ପର୍ଯ୍ୟନ୍ତ ଉତପ୍ତ ଲାଭା ବୋହିବାରେ ଲାଗିଥିଲା ।

ଆଇସଲାଣ୍ଡରେ ପ୍ରାୟ ୪ ଲକ୍ଷ ଲୋକ ରହୁଛନ୍ତି । ଏହା ମଧ୍ୟରେ ୧୪୦ ଜ୍ୱାଳାମୁଖୀ ଥିବା ବେଳେ ୩୩ ଜୀବନ୍ତ ରହିଛି । ଅନ୍ୟ ଜ୍ୱାଳାମୁଖୀଗୁଡିକ ମଧ୍ୟ ଖୁବ ଶୀଘ୍ର ଫାଟିବାକୁ ଯାଉଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ପୃଥିବୀରେ ଥିବା ୭ ଟେକ୍ଟୋନିକ ପ୍ଲେଟସ ଓ ୨୮ ସବ ଟେକ୍ଟୋନିକ ପ୍ଲେଟସ ପରସ୍ପର ସହ ମାଡ ହେଲେ ଜ୍ୱାଳାମୁଖୀ ଫୁଟିଥାଏ ।

Comments are closed.