Latest Odisha News

ଭୟ ଦେଖାଇଲାଣି କରୋନା: ପ୍ରତି ତିନି ମାସରେ ହେବ ଡାକ୍ତରଖାନାର ସମୀକ୍ଷା: ସ୍ଵାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ; ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା। ବଢି ଚାଲିଥିବା କରୋନା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ପ୍ରତି ତିନିମାସରେ ଥରେ ସବୁ ହସପିଟାଲରେ ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ।

ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏହି ବୈଠକରେ କହିଛନ୍ତି ଯେ ଆମକୁ ସତର୍କ ରହିବା ଆବଶ୍ୟକ, କିନ୍ତୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ଏବେ ଏକାଠି ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତିର ମକ୍ ଡ୍ରିଲ୍ କରିବାକୁ ଏବଂ କୋଭିଡ୍ ତଦାରଖ ବୃଦ୍ଧି କରିବାକୁ ପଡିବ । ଏହା ବ୍ୟତୀତ ଲୋକଙ୍କ ସହ ଯୋଗାଯୋଗ ମଧ୍ୟ ବଜାୟ ରଖିବାକୁ ପଡିବ ଯାହା ଦ୍ଵାରା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ସ୍ୱାସ୍ଥ୍ୟସେବାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ମନସୁଖ ମାଣ୍ଡବ୍ୟ । ରାଜ୍ୟ ଗୁଡିକରେ ଚିକିତ୍ସା ଓ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କରୋନା ମୁକାବିଲା ନେଇ ରାଜ୍ୟଗୁଡିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ବାସନା ଦେଇଛନ୍ତି।

କୋଭିଡର ନୂଆ ଭାରିଆଣ୍ଟ ଯୋଗୁ କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଆକ୍ରାନ୍ତ ଚିହ୍ନ୍ନଟ ହୋଇଛନ୍ତି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଦେଖିବାକୁ ମିଳିଛି । କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ ଖୁବ୍‌ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨ ହଜାର ୪୧ଟି ଆକ୍ଟିଭ କେସ ରହିଛି। କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ସେଠାକାର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି।

Comments are closed.