ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ । ଶୀତରୁ ରକ୍ଷା ପାଇବା ପାଇଁ କିଏ ଚା ଖଟିରେ ଭିଡ ଜମାଉଛି ତ ଆଉ କିଏ ନିଆଁ ପୋଇଁ ହେଉଛି । ଏହାରି ମଧ୍ୟରେ ଆଜି ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ୧୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରେକର୍ଡ କରାଯାଇଛି।
ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୬ , ଫୁଲବାଣୀରେ ୬, କିରେଇରେ ୭.୧, କୋରାପୁଟରେ ୭.୭ ଡିଗ୍ରୀ, କେନ୍ଦୁଝରରେ ୭.୮, ଦାରିଙ୍ଗବାଡ଼ିରେ ୮, ଅନୁଗୁଳରେ ୮.୬, ଭବାନୀପାଟଣାରେ ୮.୬, ରାଉରକେଲାରେ ୮.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ , ନବରଙ୍ଗପୁରରେ ୯, ସୋନପୁରରେ ୯.୩ ଓ ଝାରସୁଗୁଡ଼ାରେ ୯.୪ ଡିଗ୍ରୀ ଓ ରାଣୀତାଲରେ ୯.୪ , ଓ ଚିପିଲିମାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କଟକ ଓ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି। ଆଗାମୀ ୩ଦିନ ଯାଏଁ ପାଗ ଶୁଖିଲା ରହିବା ସହ କିଛି ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Comments are closed.