Latest Odisha News

BREAKING NEWS

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯ର ଟ୍ରେଲର

ଭୂବନେଶ୍ବର: ୧୯୯୯ ମସିହାର ସେହି ବାରଙ୍ଗ ଦୁର୍ଘଟଣା ଆଜିବି ଲୋକଙ୍କ ମନରେ ଜୀବିତ ରହିଛି । ଓଡ଼ିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ସେହି ଗଣଦୁଷ୍କର୍ମ ଘଟଣା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦବାକୁ ବାଧ୍ୟ୍ୟ ହେଇଥିଲେ। ସେଦିନ ଥିଲା ୧୯୯୯ ମସିହା ଜାନୁଆରୀ ୯ ତାରିଖ । ସବୁଦିନ ପରି ସେଦିନ ମଧ୍ୟ ନିଜର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ଭୁବନେଶ୍ବର ରୁ କଟକ ଯାଉଥିଲା ବେଳେ, ୩ ଜଣ ଦୁର୍ବୃତ୍ତ ପିଡ଼ିତାଙ୍କୁ ବନ୍ଧୁକ ଦେଖେଇ ୪ ଘଣ୍ଟା ପର୍ଯ୍ୟନ୍ତ ଧର୍ଷଣ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ ଏହି ଘଟଣାରେ ତତ୍କାଳୀନ ଆଡ଼ଭୋକେଟ୍ ଜେନେରାଲ୍ ଇନ୍ଦ୍ରଜିତ ରାୟ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଗଣ ଦୁଷ୍କର୍ମର ଷଡଯନ୍ତ୍ର ରଚିଥିଲେ। ସେତେବେଳେ ଧର୍ଷଣ କରିଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିଲା ମାତ୍ର ମୁଖ୍ୟ ଆସାମୀକୁ ଧରିବାରେ ଅସଫଳ ହୋଇଥିଲା ପୋଲିସ । ଦୀର୍ଘ ୨୨ ବର୍ଷ ପରେ ଧରା ପଡିଥିଲା ମୁଖ୍ୟ ଆସାମୀ ।

ସେଦିନର ସେହି ଲୋମହର୍ଷଣକାରୀ କାଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ୱେବ୍ ସିରିଜ୍ ବାରଙ୍ଗ ୧୯୯୯ । ଯାହାର ଟ୍ରେଲର ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ କଞ୍ଚା ଲଙ୍କାରେ ରିଲିଜ ହୋଇଛି । ବାରଙ୍ଗ ୧୯୯୯ର ନିର୍ଦେଶନା ଦେଇଛନ୍ତି ଯୁବ ନିର୍ଦେଶକ ଅଜୟ ପାଢ଼ୀ । ୭ ଏପିସୋଡ୍ ବିଶିଷ୍ଠ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ୍ୟ ଦର୍ଶାଇବ। ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍ ସିରିଜ୍ ନୁହେଁ ଏହା ନ୍ୟାୟ,ନାରୀ ଜାତିର ବର୍ଷ ବର୍ଷର ସଙ୍ଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଚ୍ଛବି। ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢି। ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ।  ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ଵେ, ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ଵାସ ରଖି, ଅମ୍ରିତା ଅନବରତ ଲଢି ଚାଲନ୍ତି। ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି। ଏବଂ ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜି ଯାଏ ସାମାଜିକ ପରିବର୍ତନର ସୂତ୍ର। ତେବେ ଦର୍ଶକ ମାନଙ୍କୁ ଏହି ସିରିଜ୍ ରେ ଯାହା ସବୁଠୁ ଅଧିକ ଚକିତ କରିବ, ତାହା ହେଲା, ଦୀର୍ଘ ପାଞ୍ଚ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏବଂ ଡେପୁଟି CM ବସନ୍ତ ବିଶ୍ବାଳଙ୍କ ଭିତରେ ଚାଲି ଥିବା ଟଣା ଓଟରା । ଏବଂ ଏହି ନୃଶଂସ ଗଣ ଦୁଷ୍କର୍ମ ଘଟଣାକୁ ନେଇ କିଭଳି ଭାବେ ଉଭୟ ରାଜନେତା ନିଜର ରାଜନୈତିକ ସ୍ବାର୍ଥ ସାଧନରେ ନ୍ୟସ୍ତ ରହିଥିଲେ।

ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକରେ ଥିଲାବେଳେ, ଅନ୍ୟାନ୍ୟ ଭୁମିକାରେ ନଜର ଆସିବେ NSDର ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ, ସୁକୁମାର ତୁଡୁ, ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ୍ ମଜିଠିଆ, ଭାସ୍ଵତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମ ଧନ୍ୟ କଳାକାର । ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖିଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ୍ ମଜିଠିଆ। ଏହି ୱେବ୍ ସିରିଜଟି କଞ୍ଚା ଲଙ୍କା ଆପ୍ ସହିତ, ଜିଓ ଟିଭି, ଏଆରଟେଲ୍ ଏକ୍ସଷ୍ଟ୍ରିମ୍, OTT ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ଉପଲବ୍ଧ।

 

 

 

Leave A Reply

Your email address will not be published.