Latest Odisha News

BREAKING NEWS

ଅଭୁଲା ୨୦୨୩: ଚନ୍ଦ୍ରରୁ ଆସିଥିବା ଏହି ଚିତ୍ର ସୃଷ୍ଟି କରିଥିଲା ଇତିହାସ, ଯାହା ଦେଶ ପାଇଁ ଥିଲା ଅବିସ୍ମରଣୀୟ

ଚଳିତ ବର୍ଷ ଭାରତ ଅନେକ ସଫଳତା ହାସଲ କରିଛି । ସେଥିମଧ୍ୟରୁ ଚନ୍ଦ୍ରଯାନ-୩ ମିଶନ ଗୋଟିଏ | ISRO ର ଏହି ସଫଳ ମିଶନ ପରେ ସମଗ୍ର ବିଶ୍ୱ ଭାରତକୁ ପ୍ରଶଂସା କରିଥିଲା |

ନୂଆଦିଲ୍ଲୀ: ସରିଆସିଲାଣି ବର୍ଷ ୨୦୨୩ । କିଛି ଦିନ ଭିତରେ ପୁଣି କିଛି ନୂଆ ଆଶା ନୂଆ କିରଣ ନେଇ ପାଦ ରଖିବ ବର୍ଷ ୨୦୨୪ । ୨୦୨୪ ଯେତିକି ପାଖେଇ ପାଖେଇ ଆସୁଛି ଚଳିତ ବର୍ଷ ଭାରତ ପାଇଥିବା ସଫଳତାର ସ୍ମୃତି ମଧ୍ୟ ସେତେ ତାଜା ହେଉଛି । ଚଳିତ ବର୍ଷ ଭାରତ ପାଇଁ ଥିଲା ଏକ ଅବିସ୍ମରଣୀୟ ବର୍ଷ । କାରଣ ୨୦୨୩ରେ ଭାରତ ନିଜ ଶକ୍ତିର ଅନେକ ଉଦାହରଣ ସାରା ବିଶ୍ଵକୁ ଦେଖାଇଥିଲା । ଚନ୍ଦ୍ର ପୃଷ୍ଠରେ ଭାରତ ପହଞ୍ଚି ସୃଷ୍ଟି କରିଥିଲା ଉଦାହରଣ । ସମସ୍ତ ଭାରତୀୟ ମାନେ ଭାରତର ଚନ୍ଦ୍ରଯାନ-୩ ମିଶନର ସଫଳତାକୁ ଉତ୍ସବର ସହ ପାଳନ କରିଥିଲେ । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) କୁ ମଧ୍ୟ ସଫଳ ଚନ୍ଦ୍ରଯାନ-୩ ମିଶନ ପାଇଁ ସମ୍ମାନିତ କରାଯାଇଛି |

ISRO ଦ୍ଵାରା ଚନ୍ଦ୍ରକୁ ପଠାଯାଇଥିବା ବିକ୍ରମ ଲାଣ୍ଡର ଏପରି ଅନେକ ଚିତ୍ର ଚନ୍ଦ୍ର ପୃଷ୍ଟରୁ ପଠାଇଥିଲେ ଯାହା ଭାରତ କେବେବି ଭୁଲି ପାରିବ ନାହିଁ | ବିକ୍ରମ ଲ୍ୟାଣ୍ଡର୍ ଅଗଷ୍ଟ ୨୩,୨୦୨୩ ରେ ଚନ୍ଦ୍ରର ସାଉଥ ପୋଲରେ ଏକ ସଫ୍ଚ ଲ୍ୟାଣ୍ଡିଂ କରି ସେଠାରେ ଅନେକ ଚିତ୍ର କଏଦ କରିଥିଲେ | ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାରେ ଭାରତ ହେଉଛି ଚତୁର୍ଥ ଦେଶ ମାତ୍ର ଚନ୍ଦ୍ରର ସାଉଥ ପୋଲରେ ପହଞ୍ଚିବାରେ ଭାରତ ପ୍ରଥମ । ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡି କରିବା ପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମ ଠାରୁ ଅଲଗା ହୋଇ ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇ ସେଠାରୁ ISROକୁ ଅନେକ ତଥ୍ୟ ପଠାଇଥିଲା ।

ଏହା ମଧ୍ୟ ପଢନ୍ତୁ

https://odishasambad.in/mango-pickle-spices-up-google-23-search-list/

ଚନ୍ଦ୍ରଯାନ-୩ ଯେଉଁଠାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା, ସେହି ସ୍ଥାନର ନାମ ଶିବକ୍ଷେତ୍ର ପଏଣ୍ଟ ରଖାଯାଇଛି। ଆହୁରି ମଧ୍ୟ, ୨୩ ଅଗଷ୍ଟକୁ ବର୍ତ୍ତମାନ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି | ଗୁଗୁଲ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୨୩ ମସିହାରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ପ୍ରସଙ୍ଗ ମଧ୍ୟରେ ଚନ୍ଦ୍ରଯାନ-୩ ଏବଂ ଚାଟଜିପିଟି ଶୀର୍ଷରେ ଅଛି ।

ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ISRO ଏବଂ ଏହାର ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, “ଚନ୍ଦଯାନ-୩ ଚନ୍ଦ୍ରରେ ଅବତରଣ କରିବା ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏହି ସଫଳତା ସମସ୍ତଙ୍କର ସଫଳତା । ମୁଁ ନିଶ୍ଚିତ ଯେ ବିଶ୍ଵର ସମସ୍ତ ଦେଶ ଏଭଳି ସଫଳତା ହାସଲ କରିବାକୁ ସକ୍ଷମ ଅଟନ୍ତି। ସେହିପରି ଆମେରିକା, ବ୍ରିଟେନ ଏବଂ ୟୁରୋପର ସ୍ପେସ୍ ଏଜେନ୍ସିମାନେ ଚନ୍ଦଯାନ-୩ ମିଶନର ସଫଳତା ପାଇଁ ଭାରତକୁ ଅଭିନନ୍ଦନ ଜଣାଇଥିଲେ । ଏହି ମିଶନ ପରେ ଆମେରିକା କହିଛି ଯେ ଆଗାମୀ ଦିନରେ ମହାକାଶ କ୍ଷେତ୍ରରେ ଭାରତ ସହ ସହଭାଗିତାକୁ ଆହୁରି ବୃଦ୍ଧି କରାଇବ।

 

Leave A Reply

Your email address will not be published.