ଭୁବନେଶ୍ବର: ବାଲିଅନ୍ତାରେ ଚାଲିଥିବା ତିନିଦିନିଆ ଜୟଦେବ ଗୌରବ ସମ୍ମାନରେ ଯୋଗଦେବାକୁ ଓଡିଶାରେ ପହଞ୍ଚିଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ । ଏହି ସମୟରେ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ‘ଜୟ ଜଗନ୍ନାଥ’ କହି ଓଡିଶାବାସୀଙ୍କୁ ସମ୍ବୋଧନ କରିଥିଲେ । ଏହାପରେ ସେ ଓଡିଶାବାସୀ ଙ୍କୁ ବହୁତ ଭଲ ପାଆନ୍ତି ଓ ଓଡିଶାର ପ୍ରାକୃତିକ ପରିବେଶ ତାଙ୍କୁ ଖୁବ୍ ଭଲ ଲାଗେ ବୋଲି ସେ କହିଥିଲେ ।
ତେବେ ଏହା ପୂର୍ବରୁ ସୁନିଲ ୬ ଥର ଓଡିଶା ଆସିଥିବା କହିଥିଲେ । ଏହା ମଧ୍ୟରେ ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିସାରିଥିବାବେଳେ, ଏବେ ପ୍ରଥମ କରି ମହାପ୍ରଭୁ ଲିଙ୍ଗରାଜ ଙ୍କୁ ଦର୍ଶନ କରିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ସୁନିଲ ଏୟାରପୋର୍ଟ ରେ ପହଞ୍ଚି ପରେ ଜୟଦେବ ଗୌରବ ସମ୍ମାନର ଆୟୋଜକ ସିଦ୍ଧି ବିନାୟକ ଚାରିଟେବଲ ଟ୍ରଷ୍ଟର ସଦସ୍ୟ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଯାହାଙ୍କ ଆତିଥ୍ୟକୁ ସେ ଭାରି ପ୍ରଶଂସା କରିଥିଲେ । ଏହାପରେ ସେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିସାରିବା ପରେ ଲଞ୍ଚ କରିଥିଲେ । ଆଉ ତାଙ୍କ ଲଞ୍ଚରେ ଥିବା ଡାଲମା ଖାଇସାରିବା ପରେ ସେ ଏହାର ଭୁରି ଭୁରି ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ଯେ, ଆଜିର ଖାଦ୍ୟରେ ମୁଁ ଓଡ଼ିଶାର ଖାଦ୍ୟ ଖାଇଥିବା ବେଳେ ଡାଲମାର ସ୍ୱାଦ ଚାଖିଲି ଯାହା ମତେ ବେଶ ଭଲ ଲାଗିଲା । ବିଶେଷ କରି ଏହି ଖାଦ୍ୟ ସ୍ୱାସ୍ଥ୍ୟକର ଅଟେ । ତେଣୁ ଆଗକୁ ଆସିଲେ ଓଡ଼ିଶାର ପରିଚୟ ସାଜିଥିବା ଅନେକ ଖାଦ୍ୟ ଖାଇବି ବୋଲି ସୁନିଲ ସେଟ୍ଟୀ କହିଛନ୍ତି ।
Comments are closed.