Latest Odisha News

BREAKING NEWS

ଘରର ଛାତ ଭୁଶୁଡ଼ି ୨ ଭଉଣୀ ମୃତ, ୪ ଆହତ 

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଦାଦରିରେ ଘର ଛାତ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଦୁଇ ଭଉଣୀଙ୍କ ବୟସ ୩ ଓ ୫ ବର୍ଷ।

ସୂଚନା ଅନୁଯାୟୀ, ଲାଲ ସିଂ ନାମକ ଜଣେ ବ୍ୟକ୍ତି ଘରଛାତ ମରାମତି କରୁଥିଲେ। ଏହି ସମୟରେ ଘରର ପ୍ରଥମ ମହଲାର ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିଲା। ଛାତ ଉପରେ ଅଧିକ ଓଜନ ଯୋଗୁଁ ଉପର ଛାତ ମଝି ଛାତ ଉପରେ ପଡ଼ିଯାଇଥିଲା। ଏଥିରେ ଲାଲ ସିଂହଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି।

ଉଭୟ ଖେଳୁଥିବା ବେଳେ ଘରର ଛାତ ସେମାନଙ୍କର ଉପରେ ଭୁଶୁଡ଼ି ପଡ଼ିଥିଲା। ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।ତରବରିଆ ଭାବେ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୪ ଆହତ ହେଲେ ରାଜବୀର, ବିନୋଦ, ସଞ୍ଜୀବ ଓ ପଙ୍କଜ। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

Comments are closed.