ନୂଆଦିଲ୍ଲୀ: ଦେଶରେ ତିନ ତଲାକ ବେଆଇନ ଘୋଷଣା ହେବା ପରେ ବି ଏହି ମାମଲା କମ ହେବାର ନାଁ ଧରୁନି । ୫ବର୍ଷ ତଳୁ ତିନି ତଲାକକୁ ବେଆଇନ ଘୋଷଣା କରାଯାଇଛି । ତଥାପି ତିନି ତଲାକ ମାମଲା ଏଯାଏ ବନ୍ଦ ହୋଇନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଚଳିତ ବର୍ଷ ୧,୫୭,୭୨୫ ମୁସଲିମ ମହିଳା ତିନି ତଲାକର ଶିକାର ହୋଇଛନ୍ତି।
୨୦୧୮ ସେପ୍ଟେମ୍ବର ୧୯ ତାରିଖରୁ ଏହି ନିୟମ ଲାଗୁ ହେବା ପରେ ତିନି ତଲାକର ୧୩.୦୭ ଲକ୍ଷ ଅଭିଯୋଗ ପଞ୍ଜିକୃତ ହୋଇଛି । ସେହିପରି ୨୦୧୯ରେ, ୨.୬୯ଲକ୍ଷ କେସ ଆସିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୯୫ ହଜାରକୁ ହ୍ରାସ ପାଇଥିଲା । ମାତ୍ର ୨୦୨୧ ମସିହାରେ ଏହା ବୃଦ୍ଧି ପାଇ ୫.୪୧ ଲକ୍ଷରେ ପହଞ୍ଚିଥିଲା ଏବଂ ୨୦୨୨ ମସିହାରେ ମୋଟ ୨.୪୫ ଲକ୍ଷ ମାମଲା ପଞ୍ଜିକୃତ ହୋଇଛି ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ବି.ଏସ୍ ଚୌହାନ କହିଛନ୍ତି ଯେ, ମୁସଲିମ ସମ୍ପ୍ରଦାୟର ବଡ ନେତାମାନେ ଏହି ବିଷୟରେ ସଚେତନତା ସୃଷ୍ଟି କରିବା ଉଚିତ। ଧାରା-୭ ପରି କଠୋର ବ୍ୟବସ୍ଥା ବିଷୟରେ ଲୋକଙ୍କୁ ସଚେନତ କରିବା ଆବଶ୍ୟକ । ଏଥିରେ ପୀଡିତା ମହିଳାଙ୍କ କଥା ନ ଶୁଣି ସ୍ୱାମୀଙ୍କ ଅଗୁଆ ଜାମିନ ଉପରେ ଶୁଣାଣି ହୋଇପାରିବ ନାହିଁ। ଯଦି ଲୋକମାନଙ୍କୁ ଏବିଷୟରେ ଅବଗତ କରାଯାଏ ତେବେ ଲୋକମାନେ ଭୟଭୀତ ହେବେ ଏବଂ ସେମାନେ ଏହାକୁ ଅନୁସରଣ କରିବେ । କୋର୍ଟ ମଧ୍ୟ ଏହିପରି ମାମଲାଗୁଡ଼ିକରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।
ୟୁପି ପୋଲିସର ପୂର୍ବତନ ଡିଜିପି ବିକ୍ରମ ସିଂ କହିଛନ୍ତି, ଯଦି ସ୍ୱାମୀ ତିନି ତଲାକ ପାଇଁ ଧମକ ଦିଅନ୍ତି, ତେବେ ଘରୋଇ ହିଂସା ଆଇନ ଅନୁଯାୟୀ ମହିଳାମାନେ ପୋଲିସ ନିକଟରେ ଅଭିଯୋଗ କରିପାରିବେ। ଆଇନ କାର୍ଯ୍ୟକାରୀ କରିବାର ପ୍ରଥମ ଦାୟିତ୍ୱ ଅନୁସନ୍ଧାନକାରୀ ସଂସ୍ଥା, ଅର୍ଥାତ୍ ପୋଲିସ୍ ଉପରେ ନ୍ୟସ୍ତ ।
BREAKING NEWS
- ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
- Kalibr-PL କ’ଣ? ବୁଡ଼ାଜାହାଜର କ୍ଷମତା ବୃଦ୍ଧି କରିବା ପାଇଁ ରୁଷ ଭାରତକୁ ଦେବ ଏହି କ୍ଷେପଣାସ୍ତ୍ର…
Comments are closed.