Latest Odisha News

BREAKING NEWS

ହୃଦ୍ ରୋଗୀଙ୍କ ପାଇଁ ରାମବାଣ

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧରଣତଃ ବିଭିନ୍ନ ପ୍ରକାର ଫ୍ରେସ୍ ପନିପରିବା ଖାଇଥାଉ  । ସେଥିମଧରୁ ଏକ ପରିବା ହେଉଛି ଭେଣ୍ତି  । ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି। ଏହା ବଜାରରେ ଅତି ସହଜରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି , ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ?  ଆସନ୍ତୁ ଜାଣିବା  । ଭେଣ୍ଡିରେ ସାଧରଣତଃ ପ୍ରଚୁର ପରିମାଣରେ ଶ୍ବେତସାର ଓ ପୁଷ୍ଟିସାର ରହିଥାଏ । ଯାହା ଆମ ଶରୀର ପାଇଁ ବେଶ ଲାଭଦାୟକ  ।  ଏହା ହୃଦ୍ ରୋଗୀଙ୍କ ପାଇଁ ରାମବାଣ ସଦୃଶ  ।

ଏହା ହାର୍ଟ ପାଇଁ ବେଶ୍ ଭଲଦାୟକ ଅଟେ। ତେଣୁ, ଯଦି ଆପଣ ହାର୍ଟ ଜନିତ କୌଣସି ରୋଗରେ ପୀଡିତ ଅଛନ୍ତି। ତେବେ, ପ୍ରତିଦିନ ଭେଣ୍ତି ଖାଇଲେ ଅଧିକ ଲାଭ ପାଇବେ । ଏହା ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଭେଣ୍ଡି ଖାଇଲେ ଗର୍ଭସ୍ଥ ଶିଶୁ ବି ସୁସ୍ଥ ରୁହେ।   ମଧୁମେହ ରୋଗୀଙ୍କ ପାଇଁ ଭେଣ୍ତି କୌଣସି ଔଷଧ ଠାରୁ କମ୍ ନୁହେଁ। ଆହୁରି ମଧ୍ୟ ଭେଣ୍ଡି ହଜମ ଶକ୍ତି ବଢାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ  ।

Comments are closed.