Latest Odisha News

BREAKING NEWS

ପାଣି ପିଅ , ଓଜନ କମାଅ

ନୂଆଦିଲ୍ଲୀ : ଆଜିକାଲିକା ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ଏଥିରୁ ମୁକ୍ତି ପାଇବାକୁ କିଏ ଡାଏଟ୍ ରେ ରହୁଛି ତ ଆଉ କିଏ ଜିମ୍ ଯାଉଛି  । କିନ୍ତୁ ଆସନ୍ତୁ ଜାଣିବା ଘରୋଇ ଉପାୟରେ ଏହାକୁ କିପରି ନିୟନ୍ତ୍ରଣରେ ରଖିପାରିବା  ।  ସୁସ୍ଥ ରହିବାକୁ ଦିନକୁ ଅତିକମ୍‌ରେ ୧୦-୧୨ ଗ୍ଲାସ୍ ପାଣି ପିଇବା ଜରୁରୀ ।  କିନ୍ତୁ ଓଜନ ହ୍ରାସ କରିବାକୁ ତାଠୁ ଅଧିକ ପାଣି ପିଇବା ଦରକାର  ।

ପାଣିରେ କ୍ୟାଲୋରୀ ମାତ୍ରା ଆଦୌ ନଥାଏ । ଯାହା ଦ୍ବାରା ଆପଣ ଅଧିକ କ୍ୟାଲୋରୀ ଗ୍ରହଣରୁ ବର୍ତ୍ତିପାରିବେ । ପ୍ରଚୁର ପାଣି ପିଇବାଦ୍ୱାରା ଶରୀରରୁ ବିଷାକ୍ତ ଟକ୍ସିସ୍ ପରିସ୍ରା ରାସ୍ତା ଦେଇ ବାହାରିଯାଏ । ଏହାଦ୍ୱାରା ପାଚନ କ୍ରିୟା ଏବଂ ମାଂସପେଶୀ ସଠିକ୍ ଢଙ୍ଗରେ କାମ କରିଥାଏ । ଅଧିକାଂଶ ଲୋକ ଶୋକ ମେଣ୍ଟାଇବା ଲାଗି କୋଲ୍ଡ ଡ୍ରିଙ୍ଗ୍ସ ପିଇଥାନ୍ତି  । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ  ।

କୋଲ୍ଡ ଡ୍ରିଙ୍କ୍‌ସରେ ଶର୍କରା ଏବଂ ଅନ୍ୟ ହାନିକାରକ ପଦାର୍ଥ ଥାଏ । ଯାହା ଓଜନ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  । ଯଦି ପାଣି ପିଇବାକୁ ପସନ୍ଦ ନଥାଏ, ତେବେ ଏହାର ବିକଳ୍ପ ଭାବେ ଆପଣମାନେ  ଲେମ୍ବୁ ପାଣି, ଖଟା ଫଳ କିମ୍ବା ପୁଦିନା ମିଶାଇ ମଧ୍ୟ ପିଇପାରିବେ । ଏହାବ୍ୟତୀତ ପଇଡ଼ ପାଣି, ନଡ଼ିଆ ପାଣି, ଭେଜେଟେବଲ୍ ଜୁସ୍‌, ଡିଟକ୍ସ ଡ୍ରିଙ୍କ୍ ମଧ୍ୟ ଡାଏଟ୍‌ରେ ସାମିଲ କରିପାରିବେ । ଭୋଜନର ଅଧଘଣ୍ଟା ପରେ ପାଣିପିଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ ।

Comments are closed.