Latest Odisha News

BREAKING NEWS

ସଲାର ଦେଖିବା ପାଇଁ ପ୍ରଭାସଙ୍କ ବିଦେଶୀ ପ୍ରଶଂସକ ଆସିଲେ ଭାରତ

ମୁମ୍ବାଇ: ପ୍ରଭାସ ଅଭିନୀତ ସଲାର: ପାର୍ଟ ୧ ସିଜଫାୟାର ବକ୍ସ ଅଫିସରେ ରେକର୍ଡ ଆୟ ଜାରୀ ରଖିଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ ଓ ଜଗପତି ବାବୁ ମୂଖ୍ୟ ଭୂମିକାରେ ରହିଛନ୍ତି । ପ୍ରଭାସଙ୍କ ଏହି ଫିଲ୍ମକୁ ଦେଖିବାକୁ ଜାପାନରୁ ତାଙ୍କ ପ୍ରଶଂସକ ଭାରତ ଆସିଛନ୍ତି । ସେମାନେ ହାଇଦ୍ରାବାଦର ହଲରେ ଏହାକୁ ଉପଭୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଉ କେତେକ ବିଦେଶୀ ପ୍ରଶଂସକ ତାଙ୍କ ଘରେ ଟି ସର୍ଟ ପିନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଛି । ସଲାର ଏବେ ୫୦୦କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରି ସାରିଛି । ବାହୁବଳୀ ଫିଲ୍ମ ପରେ ପ୍ରଭାସଙ୍କ ପ୍ରଶଂସକଙ୍କ ସଂଖ୍ୟା ବିଦେଶରେ ମଧ୍ୟ ବୃଦ୍ଧି ପାଇଛି ।

ଦେବା (ପ୍ରଭାସ) ଓ ବର୍ଦ୍ଧା (ପୃଥ୍ୱୀରାଜ)ଙ୍କ ବନ୍ଧୁତା ଏବଂ ଏକ କାଳ୍ପନିକ ଦୁନିଆର କାହାଣୀ ଉପରେ ଏହା ପର୍ଯ୍ୟବେଶିତ । ଫିଲ୍ମର ଆକ୍ସନ ଏବଂ ପ୍ରଭାସଙ୍କ ଷ୍ଟାଇଲ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଏପରିକି ଏହା ରାଜକୁମାର ହୀରାନୀ ଓ ଶାହାରୁଖ ଖାଁଙ୍କ ଡଙ୍କି ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଛି ।

Comments are closed.