Latest Odisha News

ପ୍ରକାଶ ପାଇଲା OJS ରେଜଲ୍ଟ, ସୁଶ୍ରୀତା ମିଶ୍ର ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା ଫଳ। ଏଥିରେ ମୋଟ ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ଟପ୍ ଟେନରେ ବାଜି ମାରିଛନ୍ତି ଝିଅ। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ଅଛନ୍ତି ।

ସୁଶ୍ରୀତା ମିଶ୍ର ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ନିଲିଶା ପଟ୍ଟନାୟକ ରହିଛନ୍ତି। ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର, ଚତୁର୍ଥରେ ରାଣୀ ରଞ୍ଜିତା ପଟ୍ଟନାୟକ, ପଞ୍ଚମରେ ଲୋପାମୁଦ୍ରା ଆଚାର୍ଯ୍ୟ ଅଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମରେ ପ୍ରଜ୍ଞା ସୁମନ ମହାପାତ୍ର, ଅଷ୍ଟମରେ ଏସ ଆର ତୋଷାଳି ରହିଛନ୍ତି। ସେହିପରି ନବମରେ ସତ୍ୟଜିତ ପାଣି ଏବଂ ଦଶମରେ ଲଳିତେନ୍ଦୁ ଦେବତା ରହିଛନ୍ତି। ରେଜଲ୍ଟ ପ୍ରକାଶ କରିଛି OPSC।

Comments are closed.