Latest Odisha News

BREAKING NEWS

୨୦୨୪ରେ କିମଙ୍କ ମାଷ୍ଟର ପ୍ଲାନ: ଆଉ ୩ଟି ‘ସ୍ପାଇ ସାଟେଲାଇଟ୍’ ଛାଡ଼ିବା ସହ ଓ ଆଣବିକ ଶକ୍ତି ବୃଦ୍ଧି କରିବ ନର୍ଥ କୋରିଆ 

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ୨୦୨୪ ପାଇଁ ତାଙ୍କର ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି। କିମ୍ ନୂଆ ବର୍ଷରେ ଆହୁରି ୩ଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛନ୍ତି। ଉତ୍ତର କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ ୨୦୨୪ରେ ଅଧିକ ଆଣବିକ ଅସ୍ତ୍ର ପ୍ରସ୍ତୁତ କରିବ। ୱାର୍କର୍ସ ପାର୍ଟିର ଏକ ବୈଠକରେ କିମ ଜୋଙ୍ଗ ଉନ ଏହି କଥା ପ୍ରକାଶ କରିଛନ୍ତି।

କିମ୍ ଏହି ବୈଠକରେ ସ୍ପଷ୍ଟ କରିଛନ୍ତି ଯେ ସେ ଦେଶରେ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ।ଆମେରିକା ବିରୋଧୀ ରାଷ୍ଟ୍ରମାନଙ୍କ ସହିତ ମିତ୍ରତା ବୃଦ୍ଧି କରିଥିବାରୁ ଉତ୍ତର କୋରିଆ ନିକଟରେ ଆଣବିକ ଶକ୍ତି ବୃଦ୍ଧି କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।

କୋରିଆ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ କିମ୍ ବୈଠକରେ କହିଛନ୍ତି ଯେ ଆକ୍ରମଣ କରିବା ଲାଗି ଶତ୍ରୁମାନେ ବିପଜ୍ଜନକ ପଦକ୍ଷେପ ଗ୍ରହଣ କରୁଥିବାରୁ କୋରୀୟ ଉପଦ୍ବୀପରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ। ଆମେରିକା ଏବଂ ଏହାର ସହଯୋଗୀ ଦେଶ ସହ କୋରିଆ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି । ସେ କହିଛନ୍ତି ଯେ ଯୁଦ୍ଧ ସହ ଲଢିବା ପାଇଁ ଆମର ସାମରିକ ଦକ୍ଷତା ବୃଦ୍ଧି କରିବାକୁ ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ। ଯଦି ଆମେରିକା ଏବଂ ଏହାର ସହଯୋଗୀମାନେ ଯୁଦ୍ଧ କରିବାକୁ ଚେଷ୍ଟା କରନ୍ତି କରନ୍ତି, ତେବେ ଆମେ ଆଣବିକ ଆକ୍ରମଣ କରିବାକୁ ପଛାଇବୁ ନାହିଁ ।ଏହାଛଡ଼ା, ଦକ୍ଷିଣ କୋରିଆ ସହିତ ଉତ୍ତର କୋରିଆର ମିଶ୍ରଣ ସମ୍ଭାବନାକୁ କିମ୍ ଅସ୍ବୀକାର କରିଛନ୍ତି।

 

 

 

 

Comments are closed.