Latest Odisha News

ସ୍ୱସ୍ତି ମେହୁଲଙ୍କ ‘ରାମ ଆଏଙ୍ଗେ’ ଭଜନକୁ ମୋଦୀଙ୍କ ପ୍ରଶଂସା, କହିଲେ ଏହା ଶୁଣିବା ପରେ ଆଖି ଲୁହରେ ଭରିଯାଏ ଏବଂ ମନରେ ଭାବପ୍ରବଣତା ବଢିଯାଏ

ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ୍ ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ । ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା କରିବା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ସାରା ଦେଶରେ ସେଥିପାଇଁ ଏବେ ଉତ୍ସବର ମାହୋଲ । ଏହି ଖାସ୍ ସମୟକୁ ପୁରା ଦେଶ ଏବେ ଅପେକ୍ଷା କରିଛି ।


ଏହାରି ଭିତରେ ଗାୟିକା ସ୍ଵାସ୍ତି ମେହୁଲ ପଭୁ ଶ୍ରୀରାମଙ୍କ ପାଇଁ ଏକ ଗୀତ ଗାଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସ୍ଵାସ୍ତିଙ୍କ ଏହି ଭଜନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀ ସ୍ଵାସ୍ତିଙ୍କ ଏହି ଗୀତକୁ ନେଇ ଏକ ଟ୍ଵିଟ୍ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଭଜନ “ରାମ ଆଏଙ୍ଗେ”କୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯିଏ ଏହି ଭଜନକୁ ଥରେ ଶୁଣିବ, ଏହା ତାଙ୍କ ସ୍ମୃତିରେ ଦୀର୍ଘ ସମୟ ଧରି ପ୍ରତିଧ୍ବନିତ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଶୁଣିବା ପରେ ଆଖି ଲୁହରେ ଭରିଯାଏ ଏବଂ ମନରେ ଭାବପ୍ରବଣତା ବଢିଯାଏ । ଗତ ବର୍ଷ ଅକ୍ଟୋବରରେ ସ୍ଵାସ୍ତି ମେହୁଲ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ‘ ରାମ ଆୟେଙ୍ଗେ ‘ ଗୀତ ମୁକ୍ତିଲାଭ କରିଥିଲେ। ଏହି ଗୀତଟିରେ ୪୩ ମିଲିୟନରୁ ଅଧିକ ଭ୍ୟୁଜ୍ ରହିଛି ।

 

Comments are closed.