Latest Odisha News

ହ୍ରାସ ପାଇଲା ପେଟ୍ରୋଲ ଦର, ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଲଗାଦାର ଚାରିଦିନ ହେବ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟୁଛି ।

ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଘଟିଛି । ବର୍ତ୍ତମାନ ଭୁବନେଶ୍ୱରେ ଲିଟର ପ୍ରତି ପେଟ୍ରୋଲ ଦର ୭୩.୦୮ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୨.୦୮ ଟଙ୍କା ରହିଛି ।

ଇଣ୍ଡିଆନ ଅଏଲର ୱେବ ସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦିଲ୍ଲୀ, କଲିକତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୭୩.୭୦ ଟଙ୍କା, ୭୬.୫୩ ଟଙ୍କା, ୭୬.୫୦ ଟଙ୍କା ଏବଂ ୭୬.୭୪ ଟଙ୍କା ରହିଛି ।

Leave A Reply

Your email address will not be published.