Latest Odisha News

ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କ ପରଲୋକ

ରାଜକନିକା: ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ। ୭୩ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।

୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିଲେ ସୁଶ୍ରୀ ଦେବୀ। ୧୯୭୧ରେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୯୦ରେ ଜନତା ଦଳରୁ ବିଧାୟିକ ଭାବେ ଦଶମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୧ରେ ସେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ଆଳି ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ଦେବୀ କଂଗ୍ରେସ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରିଥିଲେ । ୧୯୯୦ରୁ ୧୯୯୫ ମସିହା ଯାଏ ୫ ବର୍ଷ ଧରି ବିଧାୟିକା ମଧ୍ୟ ଥିଲେ। ପରେ ରାଜ୍ୟସଭାର ସାଂସଦ ଭାବରେ ମଧ୍ୟ ୬ ବର୍ଷ ନିଜର ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ ।ମଇ ୨୦୦୨ରେ ଶିଳ୍ପ କମିଟିର ସଦସ୍ୟ ଥିଲେ ।ଅଗଷ୍ଟ ୨୦୦୨ରେ ଜଳ ସମ୍ପଦ ମନ୍ତ୍ରଣାଳୟର କନସଲଟେଟିଭ କମିଟିର ସଦସ୍ୟ ଥିଲେ ।

ତିନି ବର୍ଷ ପର୍ଯ୍ୟନ୍ତ ଲିଫ୍ଟ୍ ଇରିଗେସନ୍ କର୍ପୋରେସନ, ଓଡ଼ିଶାର ଡିରେକ୍ଟର ଥିଲେ ।ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗରେ ସଦସ୍ୟ ଥିଲେ । ଚାରି ବର୍ଷ ପର୍ଯ୍ୟନ୍ତ ଟିଏସି ଓଡ଼ିଶାରେ ସଦସ୍ୟ ଥିଲେ । ଚାରି ବର୍ଷ ପର୍ଯ୍ୟନ୍ତ କନସଲଟେଟିଭ୍ ଜଳସେଚନ କମିଟିର ସଦସ୍ୟ ଥିଲେ । ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରୀ ବିହାର ସଂସ୍କୃତ ବିଶ୍ୱବିଦ୍ୟାଳୱ, ପୁରୀ ସହ ଜଡ଼ିତ ଥିଲେ ।  ତାଙ୍କ ପରଲୋକ ଖବର ପାଇବା ପରେ ଆଳି ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି।

ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Comments are closed.