Latest Odisha News

କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା ଗିରଫ, ଆୟଠାରୁ ୨୯୩% ଅଧିକ ସମ୍ପତ୍ତି ଠାବ

ନୟାଗଡ଼: କୋଟିପତି ଏମ୍‌ଭିଆଇ ପଞ୍ଚାନନ ବେହେରା ଗିରଫ। ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ପଞ୍ଚାନନ ବେହେରା। ଆୟଠାରୁ ୨୯୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ।

କୋଟିପତି ବାବୁଙ୍କର ଭୁବନେଶ୍ବରରେ ୩୧ ଟି ପ୍ଳଟ ଠାବ କରାଯାଇଛି। ଏଥି ମଧ୍ୟରେ ୧୦ଟି ବେନାମୀ ପ୍ଳଟ ରହିଛି। ଶୈଳଶ୍ରୀ ବିହାରରେ ଗୋଟିଏ ଦୁଇ ମହଲା କୋଠା, ପାଣ୍ଡରା ସତ୍ୟ ବିହାରରେ ଥିବା ଏକ ମହଲା କୋଠା ଠାବ ହୋଇଛି। ସେହିପରି ୭୨.୮୦ ଲକ୍ଷର ବ୍ଯାଙ୍କ ଓ ଇନସ୍ୟୁରାନ୍ସ ଜମା ଠାବ କରାଯାଇଛି। ୧୫ ଲକ୍ଷର ସୁନାଗହଣା ସହ ଆସବାବପତ୍ର ଠାବ। ପୁଅର MBBS ବାବଦରେ ଖର୍ଚ୍ଚ ହୋଇଛି ୫୦ ଲକ୍ଷ। ୪ ଟି ବେନାମୀ ଗାଡି ଠାବ କରିଛି ଭିଜିଲାନ୍ସ।

ମଙ୍ଗଳବାର ଏକକାଳୀନ ୭ଟି ଘର ଉପରେ ଚଢ଼ାଉ ଚାଲିଥିଲା। ଭୁବନେଶ୍ୱର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଥିଲା। ଏନେଇ ଭିଜିଲାନ୍ସ କୋର୍ଟ ପକ୍ଷରୁ ଓ୍ବାରେଣ୍ଟି ଜାରି ହୋଇଥିଲା। ଚଢ଼ାଉରେ ୬ ଡିଏସ୍‌ପି, ୩ ଇନ୍ସପେକ୍ଟର, ୮ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ସାମିଲ ହୋଇଥିଲେ। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୨ୟ ମହଲା ବିଶିଷ୍ଟ ଭୁବନେଶ୍ୱର ଶୈଳଶ୍ରୀ ବିହାର, ପାଣ୍ଡରାର ୨ଟି ଘର, ନୟାଗଡ଼ର ଓଡ଼ଗାଁ ରାସ୍ତାର ଭଡା ଘର, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମ୍‌ଭିଆଇ ଅଫିସ, କଟକ ଜିଲା ବାଲିଆପଡ଼ା, ଖୋର୍ଦ୍ଧାର ଗୋବିନ୍ଦପୁର ଘର ଉପରେ ଚଢ଼ାଉ ଚାଲିଥିଲା।

 

Comments are closed.