Latest Odisha News

ଏମିତି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ଲାଗେ ‘ମଦିରା’ ଭୋଗ !

ଭୁବନେଶ୍ୱର: ଦେବଭୂମି ଭାରତବର୍ଷରେ ଏମିତି ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ମାନ ରହିଛି ଯାହାକୁ ହୁଏତ ନିଜ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିବା ଅସମ୍ଭବ ।

ଆମ ଦେଶରେ ଏମିତି ବହୁତ ମନ୍ଦିର ରହିଛି ଯାହା ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା । ଏମିତି ଏକ ମନ୍ଦିର ରହିଛି ମଧ୍ୟପ୍ରଦେଶ ଉଜ୍ଜୈନ ସହରରେ । ଉଜ୍ଜୈନ ଠାରେ ଅବସ୍ଥିତ ଏହି ମନ୍ଦିରର ନାମ କାଳ ଭୈରବ ମନ୍ଦିରର । ଲୋକକଥା ଅନୁଯାୟୀ ଏହି ମନ୍ଦିରରେ ଭଗବାନ କାଳ ଭୈରବଙ୍କୁ ମଦିରା ପ୍ରସାଦ ଭାବେ ଚଡ଼ାଯାଇଥାଏ ।

ପୂଜକ ଏହି ମଦିରାକୁ ଭୈରବ ଦେବଙ୍କ ମୁଖ ପାଖରେ ଲଗାଇ କିଛି ସମୟ ମନ୍ତ୍ର ପାଠ କରନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଭୋଗ ଲଗାଯାଇଥିବା ମଦିରା ପାତ୍ର ଦେଖୁ ଦେଖୁ ଖାଲି ହୋଇଯାଇଥାଏ । ତେବେ ଏହି ମଦିରା କୁଆଡେ ଯାଏ ତାହା ରହସ୍ୟମୟ ହୋଇ ରହିଛି । ଏହି ଚମତ୍କାରକୁ ଦେଖିବା ପାଇଁ ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଜମେ ।

ଏଠାରେ କାଳ ଭୈରବଙ୍କୁ ମଦିରା ଅର୍ପଣ କଲାବେଳେ ନିଜର ସମସ୍ତ ପାପ ଭଗବାନଙ୍କୁ ସମର୍ପଣ କରି ପୁଣ୍ୟ ରାସ୍ତାରେ ଚାଲିବା ପାଇଁ ସଂକଳ୍ପ କରାଯାଏ । ମଦିରା ଶକ୍ତିର ଏକ ରୂପ ବୋଲି ଏଠାରେ ବିଶ୍ୱାସ ରହିଛି । କିନ୍ତୁ ଏହି ଶକ୍ତିକୁ ଉପଭୋଗ କରିବା ଅନୁଚିତ । ଯେଉଁମାନେ ଏହି ଶକ୍ତି ଉପଭୋଗ କରିଥାନ୍ତି ସେମାନେ ପଥଭ୍ରଷ୍ଟ ହୋଇଯାଉଥିବା ଏଠାକାର ଲୋକଙ୍କର ବିଶ୍ୱାସ ରହିଛି ।

ମନ୍ଦିର ପୂଜାରୀଙ୍କ କହିବାନୁଯାୟୀ, ସ୍କନ୍ଦ ପୁରାଣର ଅବନ୍ତୀ ଖଣ୍ଡରେ ଏହି ମନ୍ଦିର ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ମନ୍ଦିରରେ ଭଗବାନ କାଳ ଭୈରବଙ୍କ ବୈଷ୍ଣବ ସ୍ୱରୂପ ପୂଜା ପାଇଥାନ୍ତି । ଅନେକ କିମ୍ବଦନ୍ତୀ ମଧ୍ୟ ମନ୍ଦିର ସହିତ ଜଡିତ ରହିଛି । ଉଜ୍ଜୈନର ରାଜା ଭଗବାନ ମହାକାଳ କାଳ ଭୈରବଙ୍କୁ ସହରର ସୁରକ୍ଷା ପାଇଁ ନିଯୁକ୍ତ କରିଥିଲେ । ଏଥିପାଇଁ କାଳ ଭୈରବଙ୍କୁ ସହରର ଜଗୁଆଳି ବୋଲି ମଧ୍ୟ କୁହାଯାଇଥାଏ ।

Leave A Reply

Your email address will not be published.