Latest Odisha News

ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ୍

ବାଲେଶ୍ୱର: ବନ୍ଧୁକ ଦେଖାଇ ଜଣେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ୩ ଦୁର୍ବୃତ୍ତ। ସ୍ପଷ୍ଚ ଦିବାଲୋକରେ ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।

ନୀଳଗିରି ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ବିବେକ ଚୌଧୁରୀ ନିଜ ବାଇକ୍ ରେ ଘରକୁ ଫେରୁଥିଲେ। ତାଙ୍କ ମାଉସୀ ସୁମିତ୍ରା ଚୌଧୁରୀ ତାଙ୍କ ନାବାଳକ ପୁଅ ସହ ପଛରେ ବସିଥିଲେ। ସେମାନେ ୧୯ ନମ୍ବର ରାଜ୍ୟ ରାଜପଥର ତିନକୋଶିଆ ଜଙ୍ଗଲ ପାର ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ହଠାତ ଆସି ସେମାନଙ୍କୁ ଅଟକାଇଥିଲେ।

ଦୁର୍ବୃତ୍ତମାନେ ମୁହଁ ଢାଙ୍କି ବନ୍ଧୁକ ଦେଖାଇ ଶିଶୁକୁ ଧମକ ଚମକ ଦେଇ ଥିଲେ। ଏହାପରେ ସୁମିତ୍ରାଙ୍କ ସୁନା ଅଳଙ୍କାର ସମେତ ହାର, କାନଫୁଲ ଓ ଚୁଡ଼ି ଲୁଟି ନେଇଯାଇଥିଲେ। ଏହାପରେ ସେମାନେ ନୀଳଗିରି ଆଡ଼କୁ ପଳାଇ ଯାଇଥିଲେ।

ଏହାପରେ ବିବେକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ନୀଳଗିରି ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ଯିବା ବାଟରେ ଦୋକାନଗୁଡ଼ିକର ସିସିଟିଭି କ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରାଯାଉଛି।

ନୀଳଗିରିର ରାଜ୍ୟ ରାଜପଥର ଜଙ୍ଗଲ ରହିଛି। ନିଛାଟିଆ ରାସ୍ତା ହୋଇଥିବାରୁ ବାରମ୍ବାର ଲୁଟ୍, ଛିନତାଇ ଭଳି ଘଟଣା ଘଟୁଛି। ଜଙ୍ଗଲ ରହିଥିବାରୁ ଲୁଟେରା ସହଜରେ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିବା ସହ ଏଭଳି ଘଟଣାକୁ ରୋକିବା ପାଇଁ ପୁଲିସ ପାଟ୍ରୋଲିଂ କରିବାକୁ ଦାବି କରିଛନ୍ତି।

Comments are closed.