Latest Odisha News

ଖଡିଆଳରେ ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ନୂଆପଡା: ସ୍ତ୍ରୀ ହତ୍ୟାକାରୀ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ । ଗତକାଲି ଖଡିଆଳ ଥାନା ବଡମୂଳ ଗ୍ରାମରେ ସ୍ବାମୀ ର କାଠ ଫାଳିଆରେ ସ୍ତ୍ରୀର ନିର୍ମମ ଭାବରେ ହତ୍ୟା କରିଥିଲା ନରହନ୍ତା ସ୍ୱାମୀ ।

 

ସୂଚନା ମୁତାବକ, ବଡ଼ମୂଳା ଗ୍ରାମର ଅଚ୍ୟୁତ ଠେଲା ନିଜ ସ୍ତ୍ରୀ କୁନ୍ତୀ ଠେଲା କୁ କାଠ ଫାଳିଆ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଖବରପାଇ ଖଡ଼ିଆଳ ପୋଲିସ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ସହ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏନେଇ ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ସୂଚନା ଦେଇଛନ୍ତି ।

 

ଘଟଣା ପୂର୍ବରୁ ସ୍ତ୍ରୀ କୁନ୍ତୀ ଠେଲା ନିଜ ମାଆ ଘରେ ରହିଥିବା ବେଳେ, ଗତ ସୋମବାର ଦିନ ନିଜ ଗ୍ରାମକୁ ସ୍ବାମୀଙ୍କ ସହ ପ୍ରତ୍ୟାବର୍ତ୍ତନ କରିଥିଲେ । ଗ୍ରାମର ଅନେକ ଦୂରରେ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ସପରିବାର ରହି ଆସୁଥିଲେ । ସେଠାରେ ତାଙ୍କ ୧୧ ବର୍ଷ ର ପୁଅ ଏବଂ ସ୍ବାମୀ ସ୍ତ୍ରୀ ଥିଲେ । ଅଭିଯୁକ୍ତ ଜଣକ ପରକ୍ରିୟା ପ୍ରୀତି ସନ୍ଦେହ କରି ଦୁହିଁ ଙ୍କ ମଧ୍ୟରେ ବାରମ୍ବାର କଳହ ଲାଗି ରହୁଥିଲା ।

 

ଶେଷ ବୁଧବାର ରାତିରେ ସ୍ତ୍ରୀକୁ କାଠ ଫଳିଆରେ ମୁଣ୍ଡ ,ହାତ କୁ ନିର୍ମମ ଭାବରେ ଆକ୍ରମଣ କରିଥିଲା । ଫଳରେ ସ୍ତ୍ରୀର ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ନେଇ ଖଡ଼ିଆଳ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments are closed.